ଛତୁଆ ପ୍ରସ୍ତୁତ କେନ୍ଦ୍ରକୁ ଅଚାନକ ଗସ୍ତ କଲେ ଜିଲ୍ଲାପାଳ, ଯାଞ୍ଚ କଲେ ଛତୁଆର ମାନ

Published By : Prameya-News7 Bureau | January 24, 2020 IST

ଝାରସୁଗୁଡା ୨୪।୧: ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ଛତୁଆର ମାନ ଯାଞ୍ଚ କଲେ ଜିଲ୍ଲାପାଳ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ । ପଞ୍ଚପଡା ସ୍ଥିତ ମା’ ସରସ୍ବତୀ ସ୍ବୟଂ ସହାୟିକା ଗୋଷ୍ଠୀର ଛତୁଆ ପ୍ରସ୍ତୁତ କେନ୍ଦ୍ରକୁ ଅଚାନକ ଗସ୍ତ କରିଥିଲେ ଝାରସୁଗୁଡା ଜିଲ୍ଲାପାଳ ସରୋଜ ସାମଲ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ ।

{"id":215306,"sizeSlug":"large"}

ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ବାରା ପ୍ରସୂତୀ ମହିଳା ଓ ଛୋଟ ଶିଶୁଙ୍କୁ ଦିଆଯାଉଥିବା ଛତୁଆ କିପରି ପ୍ରସ୍ତୁତ ହେଉଛି ଓ ମାନ ଠିକ୍ ରହୁଛି କି ନାହିଁ ତାହାର ଯାଞ୍ଚ କରିଥିଲେ । ଛତୁଆ ପ୍ରସ୍ତୁତର ପ୍ରଣାଳୀ ଓ ମାନର ଯାଞ୍ଚ କରିବା ପରେ ସନ୍ତୋଷ ପ୍ରକାଶ କରିଥିଲେ ଜିଲ୍ଲାପାଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.