Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

୨୬ରେ ପୁଣି ଭାରତ ବନ୍ଦ, ଡାକରା ଦେଲା ବ୍ୟବସାୟୀ ସଂଘ

21/02/2021 at 1:42 PM

ଝାରସୁଗୁଡ଼ା, ୨୧/୦୨: କେନ୍ଦ୍ରୀୟ ଟ୍ୟାକ୍ସ ଜିଏସ୍‌ଟିକୁ ନେଇ ଭାରତ ବନ୍ଦ ଡାକରା ଦେଇଛନ୍ତି ଝାରସୁଗୁଡ଼ା ବ୍ୟବସାୟୀ ମହାସଂଘ । ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘର ଡାକରାକୁ ସଫଳ କରିବାକୁ ଝାରସୁଗୁଡାରେ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସବୁ ରାଜନୈତିକ ଦଳ ଓ ବିଭିନ୍ନ ସଂଗଠନକୁ ଆହ୍ୱାନ ଦେଇଛନ୍ତି ଚାମ୍ବର ଅଫ୍ କମର୍ସ ।

କେନ୍ଦ୍ର ସରକାର ୨୦୧୭ ମସିହାରେ ଏକ ଦେଶ ଏକ ଟ୍ୟାକ୍ସ ନାଁରେ ଜିଏସ୍‌ଟିର ଲାଗୁକରିଥିଲେ । ସରକାର ଆଣିଥିବା ଜିଏସଟିରେ ତ୍ରୁଟି ଯୋଗୁଁ ବର୍ତ୍ତମାନ ସୁଦ୍ଧା ୯୩୭ ଥର ଆଇନରେ ସଂଶୋଧନ ହୋଇ ସାରିଥିବା ବେଳେ ପୁଣି ଏକ କଠୋର ଆଇନ ଆଣିବାକୁ ଯାଉଛନ୍ତି । ଏଥିସହିତ ସରକାର ବ୍ୟବସାୟୀଙ୍କୁ ରସାତଳକୁ ଠେଲିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରି ବ୍ୟବସାୟୀ ମହାସଂଘ ଭାରତ ବନ୍ଦ ଡାକରା ଦେଇଛି ।

ଆସନ୍ତା ୨୬ ତାରିଖରେ ଝାରସୁଗୁଡା ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରିବାକୁ କଂଗ୍ରେସ ଓ ବିଜେଡି ସମର୍ଥନ ଦେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ସମ୍ପୃକ୍ତ ଦଳର ନେତା ମାନେ ଘୋଷଣା କରିଥିଲେ । ଜିଏସଟି ଆଇନର ସରଳୀକରଣ ନଚେତ ସଂପୁର୍ଣ୍ଣ ପ୍ରତ୍ୟାହାର ନହେଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ ହେବ ବୋଲି ବ୍ୟବସାୟୀ ମହାସଂଘ ପକ୍ଷରୁ କୁହାଯାଇଛି ।

   Related Posts