ଝାରସୁଗୁଡାରେ ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ, ଲୋକଙ୍କ ପାଇଁ କାମ କରିବାକୁ ମନ୍ତ୍ରଣା ଦେଲେ ଦଳୀୟ ନେତା

Published By : Prameya-News7 Bureau | December 26, 2020 IST

ଝାରସୁଗୁଡା  ୨୬।୧୨:  ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ ଅବସରରେ ଝାରସୁଗୁଡା ଜିଲ୍ଲାରେ ଅନୁଷ୍ଠିତ ଦଳୀୟ ସମାରୋହରେ ଲୋକଙ୍କ ପାଇଁ କାମ କରିବାକୁ ମନ୍ତ୍ରଣା ଦେଲେ ଦଳୀୟ ନେତା | ବିଜେଡିର କର୍ମୀ ଓ ନେତା ସମର୍ପିତ ଭାବନାରେ କାମ କରି ଲୋକଙ୍କ ହୃଦୟ ଜିତିବା ସହ ସରକାରଙ୍କ ସମସ୍ତ ଲୋକାଭିମୁଖୀ କାର୍ଯ୍ୟକ୍ରମ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପ୍ରୟାସ କରିବାକୁ ଆହ୍ୱାନ ଦେଲେ ବିଜେଡିର ବରିଷ୍ଠ ନେତୃବୃନ୍ଦ।

ଝାରସୁଗୁଡା ଜିଲ୍ଲାରେ ବିଜୁ ଜନତାଦଳର ୨୪ ତମ ଜନ୍ମଦିବସ ପାଳିତ ହୋଇଯାଇଛି | ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ ଅବସରରେ ବିଜେଡି କର୍ମୀମାନଙ୍କ ଉପସ୍ଥିତିରେ ବଡମାଲ ଛକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତ୍ତି ସହ ଭୀମରାଓ ଆମ୍ବେଦକର,ମହାତ୍ମାଗାନ୍ଧୀଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ଓ ବ୍ରଜରାଜନଗର ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି କିଶୋର ମହାନ୍ତି "|

{"id":383197,"sizeSlug":"large","linkDestination":"none"}

ଏହାପରେ କାଳୀ ମନ୍ଦିର  ନିକଟରେ ଅନୁଷ୍ଠିତ ସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ଯୋଗଦେଇ ବିଜେଡିକୁ ଅଧିକ ସଂଗଠିତ କରି ଦଳକୁ ମଜଭୁତ କରିବାକୁ କର୍ମୀଙ୍କୁ ପରାମର୍ଶ ଦେଇଥିଲେ | ସେହିପରି ବ୍ରଜରାଜନଗର ନିର୍ବାଚା ମଣ୍ଡଳୀ ସ୍ତରୀୟ ପ୍ରତିଷ୍ଠା ଦିବସ ବ୍ରଜରାଜନଗର ,ବେଲପାହାଡ ଓ ଲଖନପୁର ଠାରେ ପୃଥକ୍ ଭାବେ ଆୟୋଜିତ ହୋଇଥିଲା | ଏହି ସମାରୋହରେ  ବିଜେଡି ଜିଲ୍ଲା ସଭାପତି ତଥା ବିଧାୟକ କିଶୋର ମହାନ୍ତି ଯୋଗଦେଇ ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ସହ ଜନସାଧାରଣଙ୍କ ପ୍ରତି ସମର୍ପିତ ହୋଇ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବାକୁ  କର୍ମୀଙ୍କୁ ଆହ୍ୱନ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.