ଝାରସୁଗୁଡା ଜିଲ୍ଲା ବିଜେଡି ଉପସଭାପତି ଶମ୍ଭୁ ମହାନ୍ତି ଗିରଫ, ହେଲମେଟ୍ ଚେକିଂ ବେଳେ ପୋଲିସକୁ କରିଥିଲେ ଦୁର୍ବ୍ୟବହାର

Published By : Prameya-News7 Bureau | October 02, 2019 IST

ଝାରସୁଗୁଡା ୨।୧୦: ଝାରସୁଗୁଡା ଜିଲ୍ଲା ବିଜେଡି ଉପସଭାପତି ଶମ୍ଭୁ ମହାନ୍ତି ଗିରଫ । ହେଲମେଟ୍ ଚେକିଂ କରୁଥିବା ବେଳେ ଜଣେ କର୍ତ୍ତବ୍ୟରତ ପୋଲିସ ସବ ଇନସ୍ପେକ୍ଟରଙ୍କୁ ଗାଳି ଗୁଳଜ କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ପୋଲିସକୁ ଗାଳି ଦେଉଥିବାର ଏକ ଭିଡିଓ ଭାଇରାଲ୍ ହେବା ପରେ ତାଙ୍କୁ ଗିରଫ କରାଯାଇଛି ।

ସୂଚନାଯୋଗ୍ୟ ଯେ, ରାତିରେ ବ୍ରଜରାଜନଗର ବିଧାୟକ ନିଜ ଗାଡ଼ିରେ ଯାଉଥିଲେ । ବେଲପାହାଡ଼ ଫାଟକ ନିକଟରେ କାର୍ଯ୍ୟରତ ବେଲପାହାଡ଼ ଥାନାର ଏଏସ୍ଆଇ ଅର୍ଜୁନ ଓରାମ ଓ ଜଣେ କନଷ୍ଟେବଳ ବିଧାୟକଙ୍କ ଗାଡ଼ିକୁ ଅଟକାଇ ସିଟ୍ ବେଲ୍ଟ ବାନ୍ଧିବାକୁ କହିଥିଲେ । ତେବେ ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଝାରସୁଗୁଡ଼ା ବିଜେଡି ଜିଲ୍ଲା ଉପ-ସଭାପତି ଶମ୍ଭୁ ମହାନ୍ତି ପୋଲିସର ଏପରି କାର୍ଯ୍ୟକୁ ବିରୋଧ କରିଥିଲେ । କାର୍ଯ୍ୟରତ ଦୁଇ ପୋଲିସ କର୍ମଚାରୀଙ୍କୁ ଅତି ଅଭଦ୍ର ଭାଷାରେ ଗାଳି ଦେଇଥିଲେ । ଏପରିକି ଜେଲ୍ ପଠାଇବାର ଧମକ ମଧ୍ୟ ଦେଇଥିଲେ । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଶମ୍ଭୁ ମହାନ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.