ବୁର୍ଲା ଭିଏସଏସ ମେଡିକାଲ କଲେଜରେ ଖୋଲିବ ଝାରସୁଗୁଡା ଭବନ, ଏସସିବିରେ ଖୋଲିବ ସାହାଯ୍ୟ କେନ୍ଦ୍ର

Published By : Prameya-News7 Bureau | September 25, 2021 IST

ବୁର୍ଲା, ୨୫/୦୯: ବୁର୍ଲା ଭିଏସଏସ ମେଡିକାଲ କଲେଜରେ ଖୋଲିବ ଝାରସୁଗୁଡା ଭବନ ଓ କଟକର ଏସସିବି ମେଡିକାଲ କଲେଜରେ ଖୋଲିବ ଝାରସୁଗୁଡା ରୋଗୀଙ୍କ ପାଇଁ ସାହାଯ୍ୟ କେନ୍ଦ୍ର । ଆଜି ଝାରସୁଗୁଡା ଜିଲ୍ଲାପାଳ ଅଫିସରେ ବିଭାଗୀୟ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକରେ ଯୋଗଦେବା ପରେ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ । ବୁର୍ଲା ଓ କଟକକୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ରେଫର୍ ହୋଇ ଯାଉଥିବା ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଓ ଅନ୍ୟ ସହାୟତା ପ୍ରଦାନ କରିବାକୁ ୨୪ ଘଣ୍ଟା କାର୍ଯ୍ୟ କରିବ ଝାରସୁଗୁଡା ଭବନ ଓ କଟକର ସହାଯ୍ୟ କେନ୍ଦ୍ର |

ରୋଗୀଙ୍କୁ ସଠିକ ଚିକିତ୍ସା କରାଇବାରେ ଏହି ପ୍ରକ୍ରିୟା ସଫଳ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଥିବା ବେଳେ ଝାରସୁଗୁଡା ଜିଲ୍ଲାବାସୀଙ୍କ ଅସୁବିଧା ଦୂର କରିବାକୁ ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜର ଅଧୀକ୍ଷକ ଡ. ଲଳିତ କୁମାର ମେହେର୍ । ଆଜି ବସିଥିବା ବୈଠକରେ ଝାରସୁଗୁଡା ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ଅନ୍ୟ ସରକାରୀ ପଦାଧିକାରୀ ଯୋଗଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.