Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଝାରସୁଗୁଡା ବାଗଡିହି ଅଞ୍ଚଳକୁ ୭ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କଲେ ସରପଞ୍ଚ

24/06/2020 at 12:42 PM

ଝାରସୁଗୁଡା ୨୪।୬: ସରପଞ୍ଚ ପ୍ରୟୋଗ କଲେ ଜିଲ୍ଲାପାଳଙ୍କ କ୍ଷମତା । ଝାରସୁଗୁଡା ଜିଲ୍ଲା ବାଗଡିହି ଅଞ୍ଚଳକୁ ୭ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କଲେ ଝାରମୁଣ୍ଡା ସରପଞ୍ଚ ନଟବର ଅଗ୍ରୱାଲ । ଗତକାଲି ସଂଧ୍ୟାରେ ବାଗଡିହି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ କରୋନାରେ ଆକ୍ରାନ୍ତ ହେବା ଜଣାପଡିବା ପରେ ସରପଞ୍ଚ ନେଲେ ଏଭଳି ପଦକ୍ଷେପ ।

ବାଗଡିହି ଅଞ୍ଚଳର ସମସ୍ତ ଦୋକାନ ବଜାରକୁ ଆଗାମୀ ୭ ଦିନ ପର୍ଯ୍ୟନ୍ତ ବନ୍ଦ ପାଇଁ ନିର୍ଦ୍ଦେଶ ଦେବା ସହ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ବିକ୍ରି କରାଯାଇ ପାରିବ । ବାଗଡିହିରେ କାର୍ଯ୍ୟରତ ଫାର୍ମାସିଷ୍ଟ କୋଭିଡ୍ କଟକଣା ନ ମାନି ସ୍ବାବ୍ ନମୁନା ସଂଗ୍ରହ କରାଯିବା ସତ୍ତ୍ବେ ବାହାରେ ବୁଲାବୁଲି କରିଥିବା ଯୋଗୁଁ ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି ।

ସ୍ବାସ୍ଥ୍ୟ ବିଭାଗର ଜଣେ ଦାୟିତ୍ବ ସମ୍ପନ୍ନ କର୍ମଚାରୀ ନିୟମ ଭଙ୍ଗ କରିଥିବା ଯୋଗୁଁ ଜିଲ୍ଲାପାଳ ସରୋଜ ସାମଲ ତାଙ୍କୁ ନିଲମ୍ବିତ କରିଛନ୍ତି ।

   Related Posts