Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଢୋକେ ପିଇ ଦଣ୍ଡେ ଜୀଇଁ ଚାଲିଛି ଝାରସୁଗୁଡା ବିମାନ ବନ୍ଦର, ହଇରାଣ ହେଉଛନ୍ତି ଯାତ୍ରୀ

22/06/2019 at 6:50 PM

ଝାରସୁଗୁଡା୨୨|୬: ବିଶ୍ବାସନୀୟତା ହରାଇବାକୁ ବସିଛି ଝାରସୁଗୁଡାରେ ଏୟାରପେ।ର୍ଟ । ବାରମ୍ବାର ବିମାନ ଉଡାଣ ବାତିଲକୁ ନେଇ ଯାତ୍ରୀ ଅତିଷ୍ଠ । ୧୫ଦିନ ଭିତରେ ଏକାଧିକ ଥର ବାତିଲ ହେଲାଣି ବିଭିନ୍ନ ରୁଟ୍ ର ବିମାନ । ଗତ ମଙ୍ଗଳବାର କେ।ଲକତାରୁ ଝାରସୁଗାଡା ପହଞ୍ଚିବାର ଥିଲା ସ୍ପାଇସ ଜେଟ୍ । ମାତ୍ର ପାଗ ଖରାପ ଥିବା ଦର୍ଶାଇ ବିମାନଟିକୁ ଅବତରଣ କରାଯାଇନଥିଲା ।

୧୫ ମିନିଟ୍ କାଳ ବିମାନ ବନ୍ଦର ଉପରେ ସ୍ପାଇସ ଜେଟ୍ ଘୁରି ବୁଲିବା ପରେ କେ।ଲକତା ଫେରିଯାଇଥିଲା । ଫଳରେ ଝାରସୁଗୁଡାରୁ ହାଇଦ୍ରାବାଦ ଓ ହାଇଦ୍ରାବାଦରୁ ଝାରସୁଗୁଡାକୁ ଉଡାଣ ସମ୍ଭବ ହେ।ଇପାରିନଥିଲା । ହାଇଦ୍ରାବାଦରୁ ଝାରସୁଗୁଡ଼ା ଆସିବାକୁ ଥିବା ୭୦ଜଣ ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେ।ଇଥିଲେ ।

ଝାରସୁଗୁଡା ବିମାନ ବନ୍ଦର ଉପରେ ନିର୍ଭର କରୁଛନ୍ତି ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲା ସମେତ ପଡେ।ଶୀ ଝାରଖଣ୍ଡ ଓ ଛତିଶଗଡ ଓ ରାୟପୁରର ଲେ।କ । ବିମାନ ବନ୍ଦର ହେବା ପରଠୁ ଆଶାତିତ ଭାବେ ବଢିଛି ବ୍ୟବସାୟ । କିନ୍ତୁ ବୈଷୟିକ ତ୍ରୁଟି ଯୋଗୁଁ ବାରମ୍ବାର ଅସୁବିଧା ଭେ।ଗୁଛନ୍ତି ଯାତ୍ରୀ । ଅନ୍ୟପଟେ ବିମାନ ବନ୍ଦରରେ Instrumental landing system ନଥିବାରୁ ବାରମ୍ବାର ଏଭଳି ଅସୁବିଧା ହେଉଥିବା ସଫେଇ ଦେଇଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ ।

ବହୁ ଅପେକ୍ଷା ପରେ ବିମାନବନ୍ଦର କାର୍ଯ୍ୟକ୍ଷମ ହେଲା । ଯାତ୍ରୀଙ୍କ ମଧ୍ୟରେ ବିମାନରେ ଯାତ୍ରା ପାଇଁ ଆଗ୍ରହ ବଢିବା ସହ ଶିଳ୍ପ ପ୍ରତିଷ୍ଠାନ ଗୁଡିକ ପାଇଁ ସହାୟକ ହେଲା । କିନ୍ତୁ ଯାନ୍ତ୍ରିକ ତ୍ରୃଟି ଦେଖାଇ ଯାତ୍ରୀଙ୍କୁ ନିରାଶ କରିବା କେତେଦୂର ଯୁକ୍ତିଯୁକ୍ତ ।

   Related Posts