ଝାରସୁଗୁଡା ବିମାନ ବନ୍ଦରକୁ ପ୍ରଧାନମନ୍ତ୍ରୀ କଲେ ଉଦ୍ଘାଟନ: ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ, ସବୁଦିନିଆ ବିମାନବଂଦର ପାଇଁ ଦାବୀ କଲେ ନବୀନ

Published By : Prameya-News7 Bureau | September 22, 2018 IST

ଝାରସୁଗୁଡା୨୩|୯: ଝାରସୁଗୁଡା ବିମାନବନ୍ଦରର ଲୋକର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହିତ ରାଜ୍ୟ ସରକାରଙ୍କ ଦାବୀ ମୁତାବକ ଝାରସୁଗୁଡା ବିମାନବଂଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରିଛନ୍ତି। ବିକାଶ ପାଇଁ ଯୋଗାଯୋଗ ମୁଖ୍ୟ ବୋଲି କହିବା ସହ ଦେଶରେ ଯୋଗାଯୋଗ ବୃଦ୍ଧି ପାଇଁ ଉଦ୍ୟମ ଚାଲିଛି । ଦୁଇଦିନ ପରେ ସେ ସିକିମଠାରେ ଏକ ବିମାନବଂଦରର ଶୁଭ ଉଦ୍ଘାଟନ କରିବେ ବୋଲି ସୂଚନା ଦେଇଥିଲେ । ଝାରସୁଗୁଡା ବିମାନବଂଦର ଉଦ୍ଘାଟନ ଉତ୍ସବରେ ରାଜ୍ୟପାଳ ଗଣେଶିଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ବେସାମରିକ ବିମାନ ଚଲାଚଳମନ୍ତ୍ରୀ ସୁରେଶ ପ୍ରଭୁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଜୁଏଲ ଓରାମ ପ୍ରମୁଖ ଯୋଗ ଦେଇଥିଲେ । ଝାରସୁଗୁଡା ବିମାନ ବନ୍ଦରକୁ ସବୁଦିନିଆ ବିମାନବଂଦର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉଦଘାଟନୀ ଉତ୍ସବରେ ଦାବୀ କରିବା ସହ ଦିଲ୍ଲୀ-ଭୁବନେଶ୍ବର ବିମାନକୁ ଝାରସୁଗୁଡା ଦେଇ ଯାତାୟତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ଝାରସୁଗୁଡା ବିମାନବନ୍ଦ୍ର ପାଇଁ ୨୨୦ କୋଟି ଟଂକା ବ୍ୟୟ କାଯାଇଛି । ଏଥିପାଇଁ ରାଜ୍ୟସରକାର ୭୫କୋଟି ଟଂକା ପ୍ରଦାନ କରିଛନ୍ତି। ାଗକୁ ମଧ୍ୟ ବିମାନବଂଦରକୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିଭଳି ରାଜ୍ୟର କୋଇଲା ରୟାଲିଟି ବୃଦ୍ଧି ପାଇଁ ମୁକ୍ୟମନ୍ତ୍ରୀ ଏହି ସଭାରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବୀ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.