Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ଆଜିଠୁ ଝାରସୁଗୁଡ଼ା ଏୟାରପୋର୍ଟରୁ ବିମାନସେବା ଆରମ୍ଭ : ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦକୁ ଉଡାଣ ଭରିବ ସ୍ପାଇସ ଜେଟ୍

31/03/2019 at 8:42 AM

ଝାରସୁଗୁଡ଼ା ୩୧/୩:  ଆଜିଠୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବିମାନସେବା ଆରମ୍ଭ ହେବ । ଘରୋଇ ସଂସ୍ଥା ସ୍ପାଇସ ଜେଟ୍  ଏହି ସେବା ଆରମ୍ଭ କରିବାକୁ ଯାଉଛି । ଏଥିପାଇଁ ଝାରସୁଗୁଡ଼ା ବିମାନ ବନ୍ଦରରେ ସମସ୍ତ ବ୍ୟବସ୍ଥା କରାଯାଇଛି । ୧୮୯ ସିଟ୍ ବିଶିଷ୍ଟ ବିମାନ ଏଠାରୁ ଦିଲ୍ଲୀକୁ ଉଡ଼ାଣ ଭରିବ। ସେହିପରି କୋଲକତା ଓ ହାଇଦ୍ରାବାଦକୁ ଯିବା ପାଇଁ କ୍ୟୁ-୪୦୦ ମଡେଲ ୭୮ ସିଟ୍  ବିଶିଷ୍ଟ ବିମାନ ଉଡ଼ିବ। ଏଥିପାଇଁ ଅନଲାଇନରେ ଟିକେଟ୍  ବିକ୍ରି ହୋଇଥିବା ଜଣାପଡ଼ିଛି। ପ୍ରଥମେ ଝାରସୁଗୁଡାରୁ ଦିଲ୍ଲୀ ଅଭିମୁଖେ ଅପରାହ୍ଣ ୩.୪୦ରେ ବିମାନ ଉଡ଼ାଣ ଭରିବ।

ସେହିପରି ଝାରସୁଗୁଡ଼ାରୁ ହାଇଦ୍ରାବାଦକୁ ଅପରାହ୍ଣ ୪.୧୦ରେ ବିମାନ ଉଡ଼ାଣ କରିବ। ଝାରସୁଗୁଡାରୁ କୋଲକାତାକୁ ରାତି ୮ଟା ୪୦ରେ ବିମାନ ଉଡ଼ାଣ କରିବ। ଗତ ବର୍ଷ ସେପ୍ଟେମ୍ବର ୨୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମାନବନ୍ଦରକୁ ଉଦ୍ ଘାଟନ କରିଥିଲେ। କେବଳ ଗୋଟିଏ ଦିନ ଏୟାର ଓଡ଼ିଶା ଭୁବନେଶ୍ୱରକୁ ବିମାନସେବା ଆରମ୍ଭ କରିବା ପରେ ବନ୍ଦ ହୋଇଯାଇଥିଲା। ଏଠାରୁ ଦୀର୍ଘ ଦିନ ଧରି ଉଡ଼ାଣ ଅନିଶ୍ଚିତତା ମଧ୍ୟରେ ରହିଥିବାରୁ ଆଜିଠାରୁ ଦେଶର ୩ଟି ସହରକୁ ଏହି ଉଡ଼ାଣ ସେବା ଆରମ୍ଭ ହେଉଥିବାରୁ ଜିଲ୍ଲାବାସୀ ଖୁସି ଅନୁଭବ କରିଛନ୍ତି।

   Related Posts