Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନାବାଳିକା ବିବାହ ରୋକିଲା ଝାରସୁଗୁଡା ଜିଲ୍ଲା ପ୍ରଶାସନ

12/05/2019 at 4:32 PM

ଝାରସୁଗୁଡା ୧୨|୫: ନାବାଳିକା ବିବାହ ରୋକିଲା ଝାରସୁଗୁଡା ଜିଲ୍ଲା ପ୍ରଶାସନ । ନାବାଳିକାର ବିବାହ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ବିବାହ ହେଉଥିବା ସ୍ଥାନରେ ଜିଲ୍ଲା ଶିଶୁ ସୁରକ୍ଷା ସମିତି ଓ ଚାଇଲଡ୍ ଲାଇନ୍ ଚଢାଉ କରିଥିଲେ । ଏଥିପାଇଁ ପୋଲିସର ମଧ୍ୟ ସହାୟତା ନିଆଯାଇଥିଲା । ଉଭୟ ବର ଓ କନ୍ୟା ପକ୍ଷ ସଦସ୍ୟ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ବେଳେ ୧୪ ବର୍ଷର କନ୍ୟା ସହ ବରର ବଡ ଭାଇକୁ ପୋଲିସ ଧରିବାରେ ସକ୍ଷମ ହୋଇଛି ।

ବଲାଙ୍ଗିର ଜିଲ୍ଲା ଦେଓଗାଁର ନବମ ଶ୍ରେଣୀ ଛାତ୍ରୀଙ୍କର ବିବାହ ପରିବାର ଲୋକେ ଝାରସୁଗୁଡା ବେଲପାହଡ ଜୁନାଡିହି ଅଞ୍ଚଳର ପ୍ରଦୀପ ଦାସଙ୍କ ସହ ଠିକ୍ କରିଥିଲେ। ଧରାପଡିବା ଭୟରେ ବାହାଘର ଝାରସୁଗୁଡାରେ ସ୍ଥିର ହୋଇଥିଲା । ଏଥିପାଇଁ ଲଗ୍ନ ଧାର୍ଜ୍ୟ କରାଯାଇ ବରଘର ପକ୍ଷରୁ ନିମନ୍ତ୍ରଣପତ୍ର ମଧ୍ୟ ବଣ୍ଟାଗଲା | ଆଜି ଜୁନାଡିହି ଜଗନ୍ନାଥ ମନ୍ଦିରରେ ସେମାନଙ୍କ ବାହାଘର ହେବାର ଥିଲା | ହେଲେ ନାବାଳିକାକୁ ଉଦ୍ଧାର କରାଯାଇଥିଲା ।

   Related Posts