Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ ପୁଣି ଝାଡଖଣ୍ଡି ହାତୀ ଭୟ

14/11/2018 at 9:30 AM

ବାଲେଶ୍ବର ୧୪|୧୧:  ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ ପୁଣି ଝାଡଖଣ୍ଡି ହାତୀ ଭୟ ଦେଖାଦେଇଛି । ଗୋଟିଏ ହାତୀପଲ ମୟୁରଭଞ୍ଜ ସୀମାନ୍ତ ରାସଗୋବିନ୍ଦପୁର ରେଞ୍ଜ ଦେଇ ବେତନଟୀ ରେଞ୍ଜ ନଡପୁର ଜଙ୍ଗଲରେ ସୋମବାର ଦିନ ପଶିଥିଲେ । ମଙ୍ଗଳବାର ରାତିରେ ନଡପୁର ଜଙ୍ଗଲ ଛାଡି ସୋନନଦୀ ପାର ହୋଇ ୪୦ରୁ ଅଧିକ ହାତୀ ଗୋପାଳପୁର ଜଙ୍ଗଲକୁ ପଶିଆସିଛନ୍ତି । ଏହା ସହ ଆଉ ୩୦ଟି ହାତୀ  ବେତନଟୀ ରେଞ୍ଜ ନଡ଼ପୁର ଜଙ୍ଗଲରେ ଅଛନ୍ତି । ଏବେ ଧାନଫସଲ କଟା ଯିବା ସମୟ ଥିବାରୁ ବ୍ୟାପକ ଫସଲ ନଷ୍ଟ ହେବା ଆଶଙ୍କା ରହିଛି । ସେପଟେ ହାତୀଙ୍କ ଗତିବିଧି ଉପରେ ବନବିଭାଗ କଡା ନଜର ରଖିଛି । ଲୋକଙ୍କ ସୁରକ୍ଷା ସହ ହାତୀ ସୁରକ୍ଷା ନେଇ ବନବିଭାଗ ପ୍ରସ୍ତୁତ ଥିବା କହିଛି ।

   Related Posts