ପାଇଖାନା ନିର୍ମାଣ କରିବାକୁ ଝାଡଖଣ୍ଡରୁ ଆସିଥିବା ଶ୍ରମିକ ନିଖୋଜ

Published By : Prameya-News7 Bureau | August 02, 2019 IST

କଳାହାଣ୍ଡି ୨|୮: ପାଇଖାନା ନିର୍ମାଣ କରିବାକୁ ଝାଡଖଣ୍ଡରୁ ଆସିଥିବା ଶ୍ରମିକ ନିଖୋଜ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା କୋକସରା ଥାନାରେ ନିଖୋଜ ମାମଲା ରୁଜୁ କରାଯାଇଛି । ନିଖୋଜ ଯୁବକ ମହମ୍ମଦ ଅବଦୁଲ ଝାଡଖଣ୍ଡ ରାଜ୍ୟ ରାଜମହଲ ଥାନା ଅନ୍ତର୍ଗତ ବାସିନ୍ଦା ।

ସୂଚନାଯୋଗ୍ୟ ଯେ, ଗତ ୧୪ ତାରିଖଠାରୁ କ୍ୟାମ୍ପରୁ ଶୌଚ ପାଇଁ ଯାଇ ନିଖୋଜ ଥିବା ଠିକାଦାରଙ୍କ ସୂଚନା ପାଇଁ ତାଙ୍କ ପରିବାର କୋକସରା ପହଂଚିବା ପରେ ଏତଲା ଦେଇଛନ୍ତି । ସ୍ବଚ୍ଛ ଭାରତ ମିଶନ ଅନ୍ତର୍ଗତ ପାଇଖାନା ନିର୍ମାଣ ପାଇଁ ଏହି ଝାଡଖଣ୍ଡ ଶ୍ରମିକ କଳାହାଣ୍ଡିରେ ନିୟୋଜିତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.