ନୀଳଗିରି ମୁହାଁ ଝାଡ଼ଖଣ୍ଡି ହାତୀ

Published By : Prameya-News7 Bureau | November 15, 2019 IST

ନୀଳଗିରି ୧୫।୧୧ : ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ପ୍ରବେଶ କରିଛିନ୍ତ ଝାଡ଼ଖଣ୍ଡି ହାତୀ ।୪୫ ଟି ହାତୀ କିଛିଦିନ ଧରି ନୀଳଗିରି ସୀମାନ୍ତ ମୟୁରଭଞ୍ଜ ଜିଲ୍ଲା ରେ ରହିଆସୁଥିଲେ । ମଙ୍ଗଳବାର ବିଳମ୍ବିତ ରାତିରେ  ଦେଉଳି ରେଞ୍ଜରୁ ବାହାରି ନଡ଼ପୁର ଦଲକୀ ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଥିଲେ ହାତୀପଲ ।

{"id":184365,"sizeSlug":"large"}

ଗୁରୁବାର  ରାତିରେ ହାତୀପଲ ପ୍ରଥମେ ବୁଢ଼ାବଳଙ୍ଗ ନଦୀ  ଓ ପରେ ସୋନାନଦୀ  ପାର ହୋଇ କାଠପାଳ ,ଅଯୋଧ୍ୟା ଦେଇ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଥିବା ନେଇ ଅନୁମାନ କରାଯାଉଥିଲା, କିନ୍ତୁ ବିଳମ୍ବିତ ରାତିରେ ହାତୀପଲ  ପୁଣି ନଦୀପାର ହୋଇ ଫେରିଯାଇଥିଲେ।  ହାତପଲ ଏବେ ଦଲକୀ ଜଙ୍ଗଲରେ ଅଛନ୍ତି। ବନବିଭାଗ ହାତୀର ଗତିବିଧି ଉପରେ ନଜର ରଖିଛି । ବନ ବିଭାଗ ପକ୍ଷରୁ ଘଉଡ଼ାଇବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।ଲୋକମାନେ ଧନଜୀବନ ରକ୍ଷା ପାଇଁ ଗଛ ଉପରେ ମଞ୍ଚା ମଧ୍ୟ ବାନ୍ଧିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.