ଆଡମିଶନ କରାଇଦେବାକୁ କହି ୫ଲକ୍ଷ ଟଙ୍କା ଠକି ନେବା ମାମଲା : ହାଇଟେକ୍ ନିର୍ଦ୍ଦେଶକ ତିରୁପତି ଚୌଧୁରୀଙ୍କୁ ଟ୍ରାନ୍ଜିଟ୍ ରିମାଣ୍ଡରେ ନେଲା ଝାଡଖଣ୍ଡ ପୋଲିସ
26/12/2018 at 4:37 PM

ଭୁବନେଶ୍ବର ୨୬|୧୨: ଠକେଇ ଅଭିଯୋଗରେ ଗିରଫ ହୋଇଥିବା ହାଇଟେକ୍ ଗ୍ରୁପ୍ ଅଫ୍ କମ୍ପାନୀଜ୍ର ନିର୍ଦ୍ଦେଶକ ତିରୁପତି ଚୌଧୁରୀଙ୍କୁ ଟ୍ରାନ୍ଜିଟ୍ ରିମାଣ୍ଡରେ ନେଲା ଝାରଖଣ୍ଡ ପୋଲିସ । ତିରୁପତିଙ୍କ ନାଁରେ ଜମି ଜାଲିଆତି ଏବଂ ମେଡିକାଲ ଆଡମିଶନ ନାଁରେ ଲକ୍ଷାଧିକ ଟଙ୍କା ଠିକେଇ ଅଭିଯୋଗ ପରେ ସହିଦ ନଗର ପୋଲିସ ସହାୟତାରେ ଗଲା ରାତିରେ ତିରୁପତିଙ୍କୁ ତାଙ୍କ ଘରୁ ଉଠାଇଥିଲା ରାଞ୍ଚି ପୋଲିସ ।

ହାଇଟେକ୍ ଗ୍ରୁପ୍ ଅଫ୍ କମ୍ପାନିଜ୍ର ଡାଇରେକ୍ଟର ତିରୁପତି ଚୌଧୁରୀଙ୍କ ବିରୋଧରେ ଦୁଇ ଦୁଇଟି ଅଭିଯୋଗ । ତାଙ୍କ ନାଁରେ ଆସିଛି ଜମି ଜାଲିଆତି ଏବଂ ମେଡିକାଲ ଆଡମିଶନ ନାଁରେ ଲକ୍ଷାଧିକ ଟଙ୍କା ଠିକି ନେଇଥିବାର ଅଭିଯୋଗ । ଗିରଫ ପରେ ଏବେ କୋର୍ଟରୁ ତିରୁପତିଙ୍କୁ ଟ୍ରାନଜିଟ୍ ରିମାଣ୍ଡରେ ନେଇଛି ଝାରଖଣ୍ଡ ପୋଲିସ । ରାଞ୍ଚିର ଜଣେ ଛାତ୍ରୀଙ୍କୁ ମେଡିକାଲ ଆଡମିଶନ କରାଇଦେବାକୁ କହି ୫ଲକ୍ଷ ଟଙ୍କା ଠିକି ନେଇଥିଲେ ତିରୁପତି । ଏହି ମାମଲାର ବିଚାର କରୁଥିବା ରାଞ୍ଚି କୋର୍ଟ ତିରୁପତିଙ୍କ ନାଁରେ ନନ୍ ବେଲେବଲ ଓ୍ବାରେଣ୍ଟ ଜାରି କରିଥିଲେ । ଯାହାକୁ ନେଇ ମଙ୍ଗଳବାର ରାଞ୍ଚି ପୋଲିସ, ଭୁବନେଶ୍ବରରେ ପହଞ୍ଚିବା ପରେ ସହିଦ ନଗର ପୋଲିସ ସହାୟତାରେ ତିରୁପତିଙ୍କୁ ତାଙ୍କ ଘରୁ ଉଠାଇନେଇଥିଲେ । ସେପଟେ ତିରୁପତିଙ୍କ ବିରୋଧରେ ଭୁବନେଶ୍ବର ସାମନ୍ତରାପୁରରେ ଥିବା ଏକ ଜମି ଆବଣ୍ଟନରେ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା । ତେଣୁ ସହିଦ ନଗର ପୋଲିସ ମଧ୍ୟ ତିରୁପତିଙ୍କ ବିରୁଦ୍ଧରେ ଦଫା ୪୨୦/୪୬୭ /୪୬୮/ ୧୨୦ /ବି ଧାରା ୪ରେ ମାମଲା ରୁଜୁ କରିଛି ।

ସେପଟେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଅସ୍ବିକାର କରିଛନ୍ତି ତିରୁପତି ଚୌଧୁରୀ ।
ଏଠି ପ୍ରଶ୍ନ ଉଠୁଛି ପୂର୍ବରୁ ସହିଦ ନଗର ଥାନାରେ ତିରୁପତିଙ୍କ ବିରୋଧରେ ଜମି ଜାଲିଆତିର ଅଭିଯୋଗ ଥିଲେ ମଧ୍ୟ ପୋଲିସ ତାଙ୍କୁ ଗିରଫ ନକରି ଚୁପ୍ ବସିଥିଲା କାହିଁକି । ଆଉ ହଠାତ୍ ରାଞ୍ଚି ପୋଲିସ ପହଞ୍ଚିବା ପରେ ସହିଦ ନଗର ପୋଲିସ୍ର ଏଭଳି ତତ୍ପରତାକୁ ନେଇ ଅଭିଯୋଗକାରୀଙ୍କ ଭିତରେ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ।