ରାସ୍ତାରୁ ମିଳିଲା ୨୩ବର୍ଷ ବୟସ୍କା ଯୁବତୀଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ : ପୋଲିସ ଭାବିଲା ରାସ୍ତା ଦୁର୍ଘଟଣା , ତଦନ୍ତରୁ ଖୋଲିଲା ପରକୀୟା ପ୍ରିତିରୁ ହତ୍ୟାକାଣ୍ଡର ରହସ୍ୟ

Published By : Prameya-News7 Bureau | August 23, 2019 IST

ରାଞ୍ଚି୨୩|୮: ଜାତୀୟ ରାଜପଥରୁ ପୋଲିସ ଜଣେ ମହିଳାଙ୍କ ରକ୍ତ ଜୁଡୁବୁଡୁ ଶବ ଉଦ୍ଧାର କରିଥିଲା । କୌଣସି ଗାଡି ଧକ୍କାରେ ମହିଳାଙ୍କ ମୃତ୍ୟୁ ହୋଇଛି ବୋଲି ପୋଲିସ ଅନୁମାନ କରିଥିଲା । ହେଲେ ପରିବାର ଓ ଗ୍ରାମବାସୀ ରାଜି ନଥିଲେ ଏହା ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ମାନିବାକୁ । ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟ ବେଶ କିଛିଦିନ ଧରି ଏହାକୁ ନେଇ ଯୁକ୍ତି ତର୍କ ଲାଗି ରହିଲା ।

{"id":148013,"width":567,"height":564}

ଗ୍ରାମବାସୀଙ୍କ ଆନ୍ଦୋଳନ ଧମକ ପରେ ଉଚ୍ଚପୋଲିସ ଅଧିକାରୀ ଘଟଣାରେ ହସ୍ତକ୍ଷେପ କରି ମାମଲା ରୁଜ୍ଜୁକଲେ ଓ ଘଟଣାର ତଦନ୍ତ ଆରମ୍ଭ ହେଲା । ତେବେ ଘଟଣାର ତଦନ୍ତରୁ ଯାହା ଜଣାପଡିଲା ସେଥିରେ ସମସ୍ତଙ୍କ ହୋସ ଉଡିଯାଇଥିଲା । ଏପରିକି ପରିବାର ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ୨୩ ବର୍ଷ ବୟସ୍କା ଏହି ମହିଳାଙ୍କ ମୃତ୍ୟୁ ରାସ୍ତା ଦୁର୍ଘଟଣାରେ ନୁହେଁ ବରଂ ପରକୀୟା ପ୍ରିତିର କରୁଣ ପରିଣତି ବୋଲି ଜଣାପଡିଥିଲା ଏବଂ ମହିଳାଙ୍କ ପୁରୁଷ ବନ୍ଧୁ ହିଁ ହତ୍ୟା କରି ରାସ୍ତା ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ କରିଥିଲା ବୋଲି ଜଣାପଡିଛି । ଆସନ୍ତୁ ସମଗ୍ର ଘଟଣା ଉପରେ ପକାଇବା ଏକ ନଜର –

{"id":148014}

ଏହି ମର୍ଡର ମିଷ୍ଟ୍ରିର ଖିଅ ଖୋଲିଥିଲା ତଦନ୍ତବେଳେ ମିଳିଥିବା ଏକ ସିମ୍‌ କାର୍ଡରୁ ଅସଲରେ ଏହି ସିମ କାର୍ଡଟି ମୃତ ମହିଳାଙ୍କର ଥିଲା । ମୃତ ମହିଳାଙ୍କ ସିମ କାର୍ଡ ମିଳିବାପରେ ପୋଲିସ କଲ ଡିଟେଲ୍ସ ଯାଂଚ କରି ହତ୍ୟାକାଣ୍ଡର ରହସ୍ୟ ଭେଦ କରିବାରେ ସକ୍ଷମ ହୋଇଥିଲା । ପୋଲିସ ଆଜି ସାମ୍ବାଦିକ ସମ୍ମିଳନୀ କରି ଅଭିଯୁକ୍ତକୁ ଗଣ ମାଧ୍ୟମ ସାମ୍ନାରେ ହାଦର କରିବା ସହ ଘଟଣାର ସବିଶେଷ ତଥ୍ୟ ରଖିଥିଲା । ପୋଲିସ କହିବା ଅନୁସାରେ –

{"id":148015,"width":589,"height":330}

ଘଟଣାଟି ହେଉଛି ଝାଡଖଣ୍ଡ ରାଜ୍ୟର ଗୋଣ୍ଡା ଅଞ୍ଚଳର । ମହିଳାଙ୍କ ବୟସ ୨୩ ବର୍ଷ ଥିଲା । ଖୋପରା ଗାଁରେ ମହିଳା ଅବଦୁଲ୍ଲା ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର ଅଳ୍ପ ଦିନ ମଧ୍ୟରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଥିଲା । ତେବେ ଅବଦୁଲ୍ଲାଙ୍କ ପୁତୁରା ସଦ୍ଦାମ ନିଜ ଖୁଡି ପ୍ରତି ଆସକ୍ତ ଥିଲା । ଛାଡପତ୍ର ପରେ ମହିଳା ନିଜ ବାପା ଘରେ ରହୁଥିଲେ । ସଦ୍ଦାମ ସେଠିକୁ ଯିବା ଆସିବା କରିବା ସହ ଖୁଡୀ ସହ ଅବୈଧ ସମ୍ପର୍କ ରଖିବାରେ ଲାଗିଥିଲା ।

{"id":148016}

ସମ୍ପର୍କ ପୁରୁଣା ହେବା ପରେ ମହିଳା ସଦ୍ଦାମଙ୍କୁ ବିବାହ କରିବା ପାିଁ ଚାପ ପକାଇବା ଆରମ୍ଭ କଲେ । ହେଲେ ମହିଳାଙ୍କୁ ସଦ୍ଦାମ ବିବାହ କରିବାକୁ ଚାହୁଁନଥିଲେ । ବାରମ୍ବାର ବିବାହ ସମ୍ପର୍କରେ ମହିଳା ଚାପ ପକାଇବାରୁ ସଦ୍ଦାମ ମହିଳାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା । କୋର୍ଟ ବିବାହ ାଳରେ ମହିଳାଙ୍କୁ ଏକ ନିକାଞ୍ଚନ ସ୍ଥାନକୁ ସଦ୍ଦାମ ଡାକିଥିଲା ।

ମହିଳା ସେଠାରେ ପହଞ୍ଚିବାପରେ ସଦ୍ଦାମ ଅତର୍କିତଭାବେ ତାଙ୍କ ମୁଣ୍ଡକୁ ଲୁହାରଡରେ ପିଟି ପିଟି ମାରିଦେଇଥିଲା । ଏହାପରେ ଏହି ହତ୍ୟାକୁ ରାସ୍ତା ଦୁର୍ଘଟଣାର ରୂପ ଦେବା ପାଇଁ ଜାତୀୟ ରାଜପଥ ୭୫ ଉପରେ ମହିଳାଙ୍କୁ ଶୁଆଇ ଦେଇ ଫେରାର ହୋଇଯାଇଥିଲା ।  ଫେରାର ହେବା ପୂର୍ବରୁ ସଦ୍ଦାମ ମହିଳାଙ୍କ ମୋବାଇଲଟିକୁ ମଧ୍ୟ ଭାଙ୍ଗି ଦେଇଥିଲା । ହେଲେ ମୋବାଇଲରେ ସିମ୍‌୍ଟି ଅକ୍ଷତ ଅବସ୍ଥାରେ ଥିଲା । ଏହି ସିମ୍‌ ହିଁ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବାରେ ପୋଲିସକୁ ସାହାର୍ଯ୍ୟ କରିଥିଲା । ଗିରଫ ସଦ୍ଦାମକୁ ହତ୍ୟା ମାମଲା ପୋଲିସ କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.