Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଗୀତାଞ୍ଜଳି ଏକ୍ସପ୍ରେସକୁ ମାଓବାଦୀ ଉଡାଇବା ଧମକର ଡେଡ୍ ଲାଇନ୍ ସରୁଛି ଆଜି !

11/10/2019 at 4:55 PM

ରାଉରକେଲା ୧୧।୧୦: ଗୀତାଂଜଳି ଏକ୍ସପ୍ରେସକୁ ହାଇଆଲର୍ଟ । ହାଓ୍ବାଡା-ମୁମ୍ବାଇ ଭାୟା ରାଉରକେଲା  ଗୀତାଂଜଳି ଏକ୍ସପ୍ରେସକୁ ଉଡାଇଦେବାକୁ ମାଓବାଦୀ ଧମକ ଦେଇଥିଲେ ।

ଗୁଇନ୍ଦା ବିଭାଗର ସୂଚନାର ଅନୁସାରେ ଗତ ୫ ତାରିଖରୁ ୧୧ ତାରିଖ ଅର୍ଥାତ୍ ଆଜି ଭିତରେ ଝାଡ଼ଖଣ୍ଡର ମହୁଲି ମୁରମ ଅଚଂଳରେ ଅଘଟଣ ଘଟାଇବାର ସମ୍ଭାବନା ରହିଥିଲା । ଗୁଇନ୍ଦା ବିଭାଗ  ଖବର ପାଇବା ପରେ କଡା ସୁରକ୍ଷା ଦିଆଯାଇଛି ଗୀତାଂଜଳି ଏକ୍ସପ୍ରେସକୁ । ଆଜି ସରୁଛି ମାଓବାଦୀଙ୍କ ଯୋଜନାର ଡ଼େଡ଼ ଲାଇନ୍ ।

ଗତକାଲି ନିର୍ଦ୍ଧାରିତ ସମୟରେ ରାତି ୭ଟା୪୫ ମିନିଟରେ ହାଓ୍ବଡା-ମୁମ୍ବାଇ ଗୀତାଜଂଳି ଏକ୍ସପ୍ରେସ ରାଉରକେଲାରେ ସୁରକ୍ଷିତ ଭାବରେ ପହଚିଂ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛି । ଯାତ୍ରା କରୁଥିବା ଯାତ୍ରୀ ଯଦି ବା ଭୟଭୀତ ଥିଲେ ତଥାବି  ଯାତ୍ରା କରିଛନ୍ତି ।

ଗୁଇନ୍ଦା ବିଭାଗର ସୂଚନା ଅନୁସାରେ ଗତ ୭ ତାରିଖରେ ଝାଡ଼ଖଣ୍ଡ ପୋଲିସ  ତିନି ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ତଦନ୍ତ କରୁଛି । ଅଘଟଣ  ଘଟାଇବା  ପାଇଁ ନିରୁପଣ କରିଥିବା ସ୍ଥାନ ଝାଡ଼ଖଣ୍ଡର ମହଲିମୁରମ୍ , ଖାରସବା ସହ ସିନି ଅଚଂଳରେ ଖାନ ତଲାସି ଚାଲିଛି । ଗୀତାଜଂଳି ଏକ୍ସପ୍ରେସ ସୁରକ୍ଷିତ ଭାବରେ ଚଳାଚଳ କରିବା ପାଇଁ ପୁରା ପ୍ରସ୍ତୁତ ରହିଛି ଝାଡ଼ଖଣ୍ଡ ପୋଲିସ ।

   Related Posts