Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ବୋହୁର ହେଉନଥିଲେ ପିଲାପିଲି, ପରିବାର ଲୋକେ ଘରକୁ ଡାକିଲେ ତାନ୍ତ୍ରିକ, ଜାଣନ୍ତୁ ତା ପରେ କ’ଣ ହେଲା

4/09/2019 at 7:17 PM

ହୀରାନଗର:  ମଧ୍ୟପ୍ରଦେଶ ହୀରା ନଗରରୁ ଝରଖଣ୍ଡ ପୋଲିସ ଜନୈକ ଭଣ୍ଡ ତାନ୍ତ୍ରିକକୁ ଗିରଫ କରିଛି। ଗିରଫ ତାନ୍ତ୍ରିକର ନାମ ଗୁପ୍ତ ରଖା ଯାଇଥିବା ବେଳେ ପିଲାପିଲି ହେଉନଥିବା ଜନୈକା ମହିଳାଙ୍କୁ ତନ୍ତ୍ରକ୍ରିୟା ମାଧ୍ୟମରେ ମା ହେବାର ସୌଭାଗ୍ୟ ପ୍ରଦାନ କରିବେ କହି ତାଙ୍କ ପ୍ରତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପୋଲିସ ତାଙ୍କୁ କୋର୍ଟରେ ହାଜର କରିବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଝାରଖଣ୍ଡ ନେଇଯାଇଛି।

ମିଳିଥିବା ସୂଚନା ଅନୁସାରେ ବିବାହର ୫ ବର୍ଷ ପରେ ବି ଘରେ କୁଆଁ ରାବ ଶୁଣା ଯାଇନଥିଲା। ଏଣୁ ପରିବାର ଲୋକେ ବ୍ୟତିବ୍ୟସ୍ତ ହୋଇପଡିଥିବା ବେଳେ ମହିଳାଙ୍କ ଶ୍ୱଶୁରଙ୍କ ବନ୍ଧୁଥିବା ଜନୈକ ତାନ୍ତ୍ରିକଙ୍କ ସହ ସମ୍ପର୍କ ସ୍ଥାପନା କରିଥିଲେ। ମଧ୍ୟପ୍ରଦେଶ ହୀରାନଗରରେ ରହୁଥିବା ଏହି ତାନ୍ତ୍ରିକ ତାଙ୍କ ଘରକୁ ଯାଇ ସମସ୍ୟାର ସମାଧାନ କରି ଆସିବେ ବୋଲି ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସେହି ଅନୁସାରେ ତାନ୍ତ୍ରିକ ତାଙ୍କ ଘରକୁ ଆସି ମହିଳାଙ୍କ ପ୍ରତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ ଘରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଉପସ୍ଥିତିରେ ଏହି ଦୁଷ୍କର୍ମ ହୋଇଥିଲା। ତାନ୍ତ୍ରିକ ଘରେ ପୂଜା କରିବାର ବାହାନା କରିଥିଲେ। ପୂଜା ସରିବା ପରେ ସବୁଲୋକଙ୍କୁ ବାହାରେ ରଖି ମହିଳାଙ୍କୁ ନେଇ ଏକ ରୁମର କବାଟ ବନ୍ଦ କରି ମନ୍ତ୍ରୋଚାରଣ କରିବାକୁ ଲାଗିଥିଲେ। ଏଥିରେସେ ମହିଳାଙ୍କୁ ବେହୋସ କରିବାପରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। କିଛି ସମୟ ପରେ ସେ ଏକାକୀ ଘରୁ ପଦାକୁ ଆସି ଯାଅ ଏବେ ସବୁ ଠିକ ହୋଇ ଯିବ କହି ଘରୁ ଚାଲି ଯାଇଥିଲେ।

ତେବେ ବୋହୁର ଚେତା ଫେରିବା ପରେ ତା ପ୍ରତି ହୋଇଥିବା ଘଟଣା  ଗୋଟିଗୋଟି କରି ପରିବାର ଲୋକଙ୍କ ଆଗରେ କହିଥିଲା। ଏଥିରେ ପରିବାର ଲୋକେ ତୁରନ୍ତ ବୋହୁକୁ ନେଇ ଥାନାକୁ ଯିବା ସହ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ମହିଳାଙ୍କ ଡାକ୍ତରୀ ମାଇନା କରାଯାଇଥିବା ବେଳେ ପୋଲିସ ଭଣ୍ଡ ତାନ୍ତ୍ରିକକୁ ମଧ୍ୟ ଗିରଫ କରିଛି।

   Related Posts