ଝାଡଖଣ୍ଡ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

Published By : Prameya-News7 Bureau | December 23, 2019 IST

ଢେଙ୍କାନାଳ ୨୩/୧୨: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ କଂସରଗୋଡା ବିଦ୍ୟୁତ ଗ୍ରୀଡରେ କାର୍ଯ୍ୟରତ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକ ବଂଶୀ ମାଞ୍ଜି, ପୁଅ ଲକ୍ଷ୍ମଣ ମାଞ୍ଜି, ଗ୍ରାମ- କେଳୁଜଳା, ଥାନା- ବିଷ୍ଣୁଗଡ, ଜିଲ୍ଲା- ହଜାରୀବାଗ, ରାଜ୍ୟ- ଝାଡଖଣ୍ଡ ବୋଲି ଜଣାପଡିଛି ।

{"id":201346,"sizeSlug":"large"}

 ସେ କଂସରଗୋଡା ବିଦ୍ୟୁତ ଗ୍ରୀଡରେ ରୋଷେଇଆ ଭାବରେ ୪/୫ ମାସ ହେବ କାର୍ଯ୍ୟ କରୁଥିଲେ । ଆଜି ସକାଳେ ତାଙ୍କ ସମ୍ପର୍କୀୟ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଭୁବନ ପୋଲିସ ଏ. ଏସ୍. ଆଇ. ରମେଶ ଚନ୍ଦ୍ର ସ୍ବାଇଁ ତଦନ୍ତ କରୁଛି । ଭୁବନ ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ମୃତକର ସମ୍ପର୍କୀୟଙ୍କୁ ଡକାଇ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.