ଝାଡ଼ଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ Covid-19 ସଂକ୍ରମିତ, ହୋମ କ୍ୱାରେଣ୍ଟାଇନରେ ମୁଖ୍ୟମନ୍ତ୍ରୀଙ୍କ ସମେତ ପୁରା ମନ୍ତ୍ରୀମଣ୍ଡଳ

Published By : Prameya-News7 Bureau | August 19, 2020 IST

ରାଞ୍ଚୀ୧୯।୮:  ଝାଡ଼ଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନିକଟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ରାଜ୍ୟ ମନ୍ତ୍ରୀମଣ୍ଡଳ ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏଣୁ ମୁଖ୍ୟମନ୍ତ୍ରୀ ସମେତ ତାଙ୍କ କ୍ୟାବିନେଟ୍ ବୁଧବାର ହୋମ କ୍ୱାରେଣ୍ଟାଇନ ହୋଇଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ କ୍ୱାରେଣ୍ଟାଇନରେ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ଏଥିରେ ୨୦ ଅଗଷ୍ଟ ଦୁମକା ଗସ୍ତ କାର୍ଯ୍ୟକ୍ରମ ମଧ୍ୟ ରଦ୍ଦ ହୋଇଥିବା ଜଣାପଡିଛି।

{"id":317108,"sizeSlug":"large"}

ହେମନ୍ତ ସୋରେନ୍‌ ମଙ୍ଗଳବାର କ୍ୟାବିନେଟ ବୈଠକ ଆହ୍ୱାନ କରିଥିଲେ। ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା ମଧ୍ୟ ଯୋଗଦେଇଥିଲେ। ଏହି ବୈଠକର ପ୍ରାୟ ୩ ଘଣ୍ଟା ପରେ ସେ କୋଭିଡ-୧୯ ପଜିଟିଭ୍ ଥିବା ରିପୋର୍ଟ ଆସିଥିଲା। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସଂକ୍ରମଣ ଜଣାପଡିବାମାତ୍ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କ୍ୟାବିନେଟ୍‌ର ସମସ୍ତ ମନ୍ତ୍ରୀଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

{"id":317109,"sizeSlug":"large"}

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କର ଏପର୍ଯ୍ୟନ୍ତ ୨ ଥର କରୋନା ପରୀକ୍ଷଣ ହୋଇଛି। ଉଭୟ ପରୀକ୍ଷଣରେ ସେ ନେଗେଟିଭ ଥିଲେ। ଏହା ପୂର୍ବରୁ ସୋରେନଙ୍କ ସରକାରୀ ଆବାସରେ କାର୍ଯ୍ୟ କରୁଥିବା ୨୦ ଜଣ କର୍ମଚାରୀ କୋଭିଡ-୧୯ ସଂକ୍ରମିତ ଥିବା ଜଣାପଡିଥିଲା। ତେବେ ରାଜ୍ୟରେ ବନ୍ନାଙ୍କ ପୂର୍ବରୁ ମିଥିଲେଶ ଠାକୁର ଓ ୫ ଜଣ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସାରା ରାଜ୍ୟରେ ଏପର୍ଯ୍ୟନ୍ତ ୨୫ ହଜାର ଲୋକେ କୋଭିଡ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୬୫ ଜଣ ପ୍ରାଣ ହରାଇଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.