ମାତିଲେ ଝାଡଖଣ୍ଡୀ ହାତୀପଲ, ଫସଲ ନଷ୍ଟ ସହ ବ୍ୟାପକ ଉପଦ୍ରବ କଲେ

Published By : Prameya-News7 Bureau | November 14, 2021 IST

କରଞ୍ଜିଆ ୧୪/୧୧: ବନଖଣ୍ଡରେ ଥମୁନି ହାତୀ ଉପଦ୍ରବ । ନଷ୍ଟ କରୁଛନ୍ତି ଧାନ ଫସଲ, ମାସାଧିକ ହେଲା ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ଉତ୍ପାତ ମଚଉଛନ୍ତି ୨୫ ଟିକିଆ ଝାଡଖଣ୍ଡି ହାତୀପଲ । ଦୁଧିଆଣି ରେଞ୍ଜ ବିଉଁରିଆ ଠାରେ ଗତକାଲି ବିଳମ୍ବିତ ରାତିରେ ଏକର ଏକର ଧାନ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି । ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା ଉଦ୍ୟମ ଜାରି ରହିଥିଲେ ମଧ୍ୟ ହାତୀପଲ ଅଞ୍ଚଳ ଛାଡି ଯିବାର ନାମ ଧରୁନାହାନ୍ତି । ଏଥିପାଇଁ ବନବିଭାଗକୁ ନାକେଦମ ହେବାକୁ ପଡୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.