Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଝାଡଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି

17/04/2021 at 10:57 PM

ରାଞ୍ଚି ୧୭।୦୪: ଝାଡଖଣ୍ଡରେ କରୋନା ଭାଇରସ୍‌ ବିକଟାଳ ହେବାରେ ଲାଗିଛି। ଶନିବାର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କୁ ରାଞ୍ଚି ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଝାଡଖଣ୍ଡ ରାଜଭବନ ପକ୍ଷରୁ ଶନିବାର ଏହାର ସୂଚନା ଦିଆଯାଇଛି।

ରାଜଭବନର ଡାକ୍ତର ରୋହିତ ଶର୍ମା କହିଛନ୍ତି, ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ଆରଟି ପିସିଆର ଟେଷ୍ଟ କରାଯାଇଥିଲା। ରିପୋର୍ଟରେ ମୁର୍ମୁ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟପାଳଙ୍କୁ ସନ୍ଧ୍ୟା ୬ଟାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମୁର୍ମୁଙ୍କ ଚିକିତ୍ସା କରୁଥିବା ଡାକ୍ତର ବିଜୟ ମିଶ୍ର କହିଛନ୍ତି, ରାଜ୍ୟପାଳ କରୋନା ସଂକ୍ରମିତ ହେବା ପରେ ଶନିବାର ସନ୍ଧ୍ୟାରେ ଏଠାରେ ତାଙ୍କୁ ଭର୍ତ୍ତି କରାଯାଇଛି। ସିଟି ସ୍କାନରେ ତାଙ୍କ ଫୁସଫୁସ୍‌ରେ ହାଲୁକା ଚିହ୍ନ ଦେଖିବାକୁ ମିଳିଛି। ରାଜ୍ୟପାଳଙ୍କ ସ୍ଵାସ୍ଥ୍ୟବସ୍ଥାକୁ ନେଇ ଚିନ୍ତାର  କୌଣସି ବିଷୟ ନାହିଁ। ତାଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଛି। ତାଙ୍କଠାରେ କୋଭିଡ୍‌-୧୯ର ହାଲୁକା ଲକ୍ଷଣ ରହିଥିବା ଡାକ୍ତର ବିଜୟ ମିଶ୍ର କହିଛନ୍ତି।

   Related Posts