Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ମହାରାଷ୍ଟ୍ର, କେରଳ ମାର୍ଗରେ ଝାଡଖଣ୍ଡ, ହେମନ୍ତ ସରକାରଙ୍କ ବିନା ଅନୁମତିରେ ରାଜ୍ୟରେ ତଦନ୍ତ କରି ପାରିବ ନାହିଁ ସିବିଆଇ

5/11/2020 at 10:36 PM

ରାଞ୍ଚି ୦୫।୧୧: ରାଜ୍ୟ ସରକାରଙ୍କ ବିନା ଅନୁମତିରେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ(ସିବିଆଇ)ଝାଡଖଣ୍ଡରେ  କୌଣସି ମାମଲାରେ ତଦନ୍ତ କରି ପାରିବ ନାହିଁ। ଏହି ନିଷ୍ପତ୍ତି ସହ ଝାଡଖଣ୍ଡ ଦେଶର ଅଷ୍ଟମ ରାଜ୍ୟ ହେଇଛି ଯେଉଁମାନେ ସିବିଆଇର ଯାଞ୍ଚ ପାଇଁ  ସାମାନ୍ୟ ସହମତିକୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପଦକ୍ଷେପ ପରେ ସିବିଆଇକୁ ଏବେ ଝାଡଖଣ୍ଡରେ କୌଣସି ବି ମାମଲାର ତଦନ୍ତ ପାଇଁ ପ୍ରଥମେ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡିବ। କେରଳ ଦ୍ଵାରା ଏହି ପଦକ୍ଷେପ ଉଠାଯିବାର ଗୋଟିଏ ଦିନ ପରେ ଝାଡଖଣ୍ଡ ଏହି ନିଷ୍ପତ୍ତି ନେଇଛି।

ନିକଟରେ ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ, ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ ଓ କେରଳର ସରକାର ମଧ୍ୟ ଏହି ପରି ନିଷ୍ପତ୍ତି ନେଇ ସିବିଆଇକୁ ଦିଆଯାଇଥିବା ସାଧାରଣ ସହମତିକୁ ଫେରାଇ ନେଇଛନ୍ତି। ଏହି ସବୁ ରାଜ୍ୟରେ ବିଜେପି କିମ୍ବା ଏହାର ସହଯୋଗୀଙ୍କ ସରକାର ନାହିଁ। ଝାଡଖଣ୍ଡରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ ଓ ଆରଜେଡିର ମେଣ୍ଟ ସରକାର ରହିଛି। ଜେଏମଏମର ମୁଖ୍ୟ ହେମନ୍ତ ସୋରେନ ରାଜ୍ୟର ମୁଖ୍ୟମନ୍ତ୍ରୀ।

ମୋଟ୍ ଦୁଇ ପ୍ରକାରର ସହମତି ରହିଥାଏ। ପ୍ରଥମ କେସ୍ ସ୍ପେସିଫିକ୍ ଏବଂ ଦ୍ଵିତୀୟ ସାଧାରଣ ସହମତି। ସିବିଆଇର ଅଧିକାର କ୍ଷେତ୍ର କେନ୍ଦ୍ର ସରକାରଙ୍କ ବିଭାଗ ଏବଂ କର୍ମଚାରୀଙ୍କ ଉପରେ ରହିଛି। ମାତ୍ର ରାଜ୍ୟ ସରକାରଙ୍କ ସହିତ ଜଡିତ କୌଣସି ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ସହମତି ଜରୁରୀ। ଏହା ପରେ ହିଁ ସିବିଆଇ ରାଜ୍ୟରେ ମାମଲାର ଯାଞ୍ଚ କରି ପାରିବ।

   Related Posts