ବିକଟାଳ ରୂପ ନେଉଛି କରୋନା, ଜୁଲାଇ ୩୧ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ୍‌

Published By : Prameya-News7 Bureau | June 26, 2020 IST

ରାଞ୍ଚି ୨୬।୦୬: କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ନେଇ ଝାରଖଣ୍ଡ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାର ଲକ୍‌ଡାଉନ୍‌ ଅବଧି ଜୁଲାଇ ୩୧ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶୁକ୍ରବାର ଏହାର ସୂଚନା ଦେଇଛନ୍ତି।

wp:html /wp:html

ସୋରେନ୍ ଟ୍ଵିଟ୍ କରି ଜଣାଇଛନ୍ତି ଯେ, କରୋନା ସହ ସଂଘର୍ଷରେ ଆପଣଙ୍କ ସହଯୋଗ ଦ୍ଵାରା ଆମକୁ ଆଶା ମୁତାବକ ସଫଳତା ମିଳିଛି, ମାତ୍ର ସଂଘର୍ଷ ଏବେ ମଧ୍ୟ ଜାରି ରହିଛି। ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକ୍‌ଡାଉନ୍‌ ଅବଧି ଜୁଲାଇ ୩୧ ପର୍ଯ୍ୟନ୍ତ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ବର୍ତ୍ତମାନ ଜାରି କୋହଳ ମଧ୍ୟ ଜାରି ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.