Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ନୀଳଗିରି ଅଞ୍ଚଳକୁ ମାଡ଼ିଆସୁଛନ୍ତି ଝାଡ଼ଖଣ୍ଡ ହାତୀ, ଚିନ୍ତାରେ ଚାଷୀ

18/11/2019 at 8:00 AM

ନୀଳଗିରି ୧୮।୧୧ : ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳକୁ ମାଡ଼ିଆସୁଛନ୍ତି ଝାଡ଼ଖଣ୍ଡ ହାତୀ । ସୋମବାର ଭୋର ସମୟରେ ହାତୀଗୁଡିକ ନୀଳଗିରି ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପଶି ପାରନ୍ତି ବୋଲି ଅନୁମାନ କରଯାଉଛି ।୪୫ ଟି ହାତୀ ଗତ କିଛିଦିନ ଧରି ନୀଳଗିରି ସୀମାନ୍ତ ମୟୁରଭଞ୍ଜ ଜିଲ୍ଲାରେ ରହିଥିଲେ।ମଙ୍ଗଳବାର ରାତ୍ରିରେ ହାତୀପଲ ଦେଉଳି ରେଞ୍ଜରୁ ବାହାରି ଜାତୀୟ ରାଜପଥ ପାର ହୋଇ ନଡ଼ପୁର ଦଲକୀ ସଂରକ୍ଷିତ ଜଙ୍ଗଲରେ ରହିଥିଲେ।ଗୁରୁବାର ମଧ୍ୟରାତ୍ରରେ ବୁଢ଼ାବଳଙ୍ଗ ନଦୀପାର ହୋଇ ନୀଳଗିରି ଆଡକୁ ଆସୁଥିବା ବେଳେ ପୁଣି ମଧ୍ୟରାତ୍ରରେ ଫେରି ଦଲକୀ ଜଙ୍ଗଲରେ ରହିଥିଲେ ।ପୁଣି ହାତୀ ଗୁଡିକ ରାତି ସମମରେ ବୁଢ଼ାବଳଙ୍ଗ ନଦୀ ପାର ହୋଇ ନୀଳଗିରି ଆଡକୁ ମାଡ଼ିଆସୁଛନ୍ତି ।

ତେବେ ହାତୀ ପଲ ଦୁର୍ଗାଦେବୀ , ପୁନଦାଳ, ରାଧାକିଶୋରପୁର ପାଖ ଦେଇ ସୋନାନଦୀ ପାର ହୋଇ କାଠପାଳ ,ଅଯୋଧ୍ୟା  ଦେଇ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିବେ ବୋଲି ଜଣାପଡିଛି।ବନବିଭାଗ ହାତୀର ଗତିବିଧି ଉପରେ ନଜର ରଖିଛି ।ସେପଟେ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନବିଭାଗ ହାତୀ ଗୁଡିକୁ ନଜର ରଖିବାପରେ ବାଲେଶ୍ଵର ଡିଏଫଓ ବିଶ୍ୱରାଜ ପଣ୍ଡା ଙ୍କ ନିର୍ଦ୍ଦେଶରେ ନୀଳଗିରି ରେଞ୍ଜର ରୁଦ୍ରାନନ୍ଦ ବାରିକ ଙ୍କ ନେତୃତ୍ୱରେ ମିତ୍ରପୁର ଫରେଷ୍ଟର ଗଣେଶ ପ୍ରସାଦ ଲେଙ୍କା, ନୀଳଗିରି ଫରେଷ୍ଟର ଦେବରାଜ ରାଉତ, ସଜନାଗର୍ଡ ଫରେଷ୍ଟର ସରୋଜ ପ୍ରଧାନ ,ଫରେଷ୍ଟଗାର୍ଡ ଦୁଷ୍ମନ୍ତ ଜେନା,ଜୟଦେବ ମଲ୍ଲିକ ସମେତ ସବୁଜବାହିନୀ ହାତୀପଲ ର ଗତିବିଧି ଉପରେ ନଜର ରଖିଛନ୍ତି।ଝାଡ଼ଖଣ୍ଡ ହାତୀ ଆସିବା ଶୁଣି ଅଞ୍ଚଳବାସୀ ଆତଙ୍କିତ ହୋଇପଡିଥିବା ବେଳେ ଗାଁ ସୁରକ୍ଷା ପାଇଁ ଟ୍ରେନଜ ଓ ସୋଲାର ଫେନସି ବ୍ୟବସ୍ଥା କରିଥିବା ଜଣାପଡ଼ିଛି। ତେବେ ଧାନ ଫସଲ ପାଚିନଥିବା ବେଳେ ଅମଳ ହୋଇନଥିବାରୁ ହାତୀ ଉପଦ୍ରବରେ ବ୍ୟାପକ ଧାନ ଫସଲ କ୍ଷତି ହେବ ବୋଲି ଜଣାପଡିଛି।

   Related Posts