ବାଲେଶ୍ବର ନୀଳଗିରି ଅଚଂଳରେ ହାତୀ ଆତଙ୍କ ; ବ୍ୟାପକ ଧାନ ଫସଲ ନଷ୍ଟ, ଲୋକେ ଭୟଭୀତ
Published By : Prameya-News7 Bureau | October 31, 2018 IST
ବାଲେଶ୍ବର ୩୧|୧୦: ବାଲେଶ୍ବର ଜିଲ୍ଲା ନୀଳଗିରି ଅଚଂଳରେ ହାତୀ ଆତଙ୍କକୁ ନେଇ ଲୋକେ ଭୟଭୀତ । ଝାଡଖଣ୍ଡ ଦଲମା ଜଙ୍ଗଲରୁ ୭୫ ରୁ ଅଧତ୍କ ହାତୀ ଦୁଇଟି ପୃଥକ ଦଳରେ ନୀଳଗିରି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛନ୍ତି । ହାତୀ ପଲ ଗୁଡିକ ଦିନସାରା ଜଙ୍ଗଲ ଭିତରେ ଥିବା ବଳେ ସନ୍ଧ୍ୟାରେ ଜଙ୍ଗଲକୁ ଲାଗିଥିବା ଧାନକ୍ଷେତକୁ ବାହାରି ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ହାତୀ ପଲ ଗୁଡିକ ଭଉରିଆବାଡ ପଂଚାୟତ ବୟାରସାହି, କାନ୍ଥସିମୁଳିଆ ଏବଂ ଜଡିବାଲି ଗାଁରେ ଆତଙ୍କ ଖେଳାଇଛନ୍ତି । ତେବେ ଗାଁରେ ହାତୀ ଉପଦ୍ରବ ନେଇ ଆତଙ୍କ ଖେଳିଯାଇଥିବା ବେଳେ ଏବେ ବିଦ୍ୟୁତ୍ କାଟ ହୋଇଥିବାରୁ ଅନ୍ଧାରରେ ଗ୍ରାମବାସୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ସୁରକ୍ଷା ପାଇଁ ଗ୍ରାମବାସୀମାନେ ରାତି ସାରା ନିଆଁ ଜାଳି ଜଗି ରହୁଥିବାର ଦେଖାଯାଇଛି । ସେପଟେ ହାତୀ ଥିବା ଜଙ୍ଗଲ ଚାରିପଟେ ପୋଲିସ ଏବଂ ବନକର୍ମଚାରୀ ନିୟୋଜିତ ହୋଇଥିବା ବେଳେ ହାତୀ ଯେପରି ଗାଁକୁ ଯାଇ ଘର ଦ୍ବାର ନଷ୍ଟ ନକରିବ ଏ ନେଇ ପାଟ୍ରୋଲିଂ କରାଯାଉଛି। କୁଲଡିହା ଏସସିଏଫ ଲକ୍ଷ୍ମଣ କୁମାର ପ୍ରଧାନ ଏବଂ ନୀଳଗିରି ରେଞ୍ଜର ସୁକୁମାର ଦାସଙ୍କ ତତ୍ବାବଧାନରେ ବନକର୍ମଚାରୀ ମାନେ ଗ୍ରାମବାସୀଙ୍କ ସହାୟତାରେ ହାତୀଙ୍କ ଗତିବିଧି ଉପରେ ନଜର ରଖିଛି।