କେନ୍ଦୁଝରରେ ଝାଡଖଣ୍ଡୀ ହାତୀ ପଲଙ୍କ ଉତ୍ପାତ : ଲୋକେ ଭୟଭୀତ

Published By : Prameya-News7 Bureau | October 21, 2019 IST

କେନ୍ଦୁଝର ୨୧|୧୦: କେନ୍ଦୁଝରରେ ଝାଡଖଣ୍ଡୀ ହାତୀ ପଲଙ୍କ ଉତ୍ପାତ । ଚମ୍ପୁଆ ଓ ସଦର ଅଞ୍ଚଳରେ ବ୍ୟାପକ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି । ୨୨ ଟିକିଆ ହାତୀ ପଲ ଏକର ଏକର ଧାନ ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରିଦେଇଛନ୍ତି ।

{"id":172637}

ଗତକାଲି ଦିନରେ ସଣ୍ଡିଆପଶି ଓ ରାଇକଳା ଅଞ୍ଚଳକୁ ଧସେଇ ପଶିଥିଲେ ହାତୀ ପଲ । ହାତୀ ପଲଙ୍କୁ ଗାଁ ଆଡକୁ ପୁରେଇ ନଦେବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ ଲୋକେ । ବଉଳମାଳଆ, ସୁନାପଶି ଓ ସଣ୍ଡିଆପାଶି ଗାଁରେ ଧାନ କ୍ଷେତରେ ପଶି ରାତି ପର୍ଯ୍ୟନ୍ତ ଧାନ ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରିଥିଲେ । ଘଟଣାସ୍ଥଳରେ ବନ ବିଭାଗର ହାତୀ ତଡା ସ୍କ୍ବାର୍ଡ ଓ ବନ କର୍ମଚାରୀମାନେ ରହି ହାତୀପଲଙ୍କୁ ତଡିବାକୁ ଚେଷ୍ଟା କରିଥିଲେ । ଝାଡଖଣ୍ଡୀ ହାତୀ ପଲଙ୍କ ଉପଦ୍ରବ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.