ରାୟଗଡାକୁ ପଶି ଆସିଛନ୍ତି ଆନ୍ଧ୍ରପ୍ରଦେଶର ୭ଟି ହାତୀ

Published By : Prameya-News7 Bureau | January 07, 2019 IST

ରାୟଗଡା ୭|୧: ଓଡିଶା ଭିତରକୁ ପଶି ଆସିଛନ୍ତି  ଆନ୍ଧ୍ରପ୍ରଦେଶର ୭ଟି ହାତୀ ।  ହାତୀମାନେ  ରାୟଗଡା ବ୍ଲକ କରେଡା ପଞ୍ଚାୟତର ବିଭିନ୍ନ ଗାଁରେ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି ।   ବନ ବିଭାଗ ହାତୀପଲକୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଛି।  ସ୍ଥାନୀୟ  ବୋରୁହାଲୁଆ, ଅଣିଜା, ଏମ୍ପଲବାଲସା, ମେଟୁକରେଡା ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଚଳାଇଛନ୍ତି  ।  ଏହି ହାତୀ ପଲରେ  ୪ଟି  ଛୁଆ ଓ ୩ଟି ମାଈ   ହାତୀ ରହିଛନ୍ତି । ହାତୀ ମାନେ ବ୍ୟାପକ  ଧାନ, କାନ୍ଦୁଲ, ମାଣ୍ଡିଆ ଓ ପରିବା ଫସଲକୁ ନଷ୍ଟ କରିଦେଇଛନ୍ତି ।  ହଠାତ ହାତୀପଲକୁ ଦେଖି ଗ୍ରାମବାସୀ ମାନେ ଭୟଭୀତ ହୋଇ ପଡିଛଥିଲେ । ହାତୀ ଘଉଡାଇବାକୁ ଯାଇ ବୋରୁହାଲୁଆ ଗ୍ରାମ ଜଣେ ଗ୍ରାମବାସୀ   ଆହତ ହୋଇଛନ୍ତି ।  ବନବିଭାଗର କର୍ମଚାରୀ ମାନେ ହାତୀ ଘଉଡାଇବା କାର୍ଯ୍ୟରେ  ସାମିଲ  ଅଛନ୍ତି । ବାଣ ଫୁଟାଇବା ସହିତ ଅନ୍ୟ ଉପାୟରେ ଜଙ୍ଗଲ ଭିତରକୁ ହାତୀ କିଭଳି ଯିବେ ସେଥିପାଇଁ ଉଦ୍ୟମ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.