ଦ୍ରୌପଦୀଙ୍କ ଭଳି ଜୁଆରେ ପତ୍ନୀକୁ ବାଜି ଲଗାଇ ହାରିଗଲା ମଦ୍ୟପ ସ୍ୱାମୀ, ଜାଣନ୍ତୁ ତା ପରେ କ’ଣ ହେଲା

Published By : Prameya-News7 Bureau | October 29, 2019 IST

ରାଞ୍ଚି : ଗତ ରବିବାର ରାତିରେ ସାରା ଦେଶ ଯେତେବେଳେ ଦୀପାବଳି ପାଳନରେ ବ୍ୟସ୍ତ ଥିଲା ସେତିକି ବେଳେ ଏକ ଜୁଆ ଆଡ୍ଡାରେ କୋଟି କୋଟି ଟଙ୍କାର ବୋଲି ଲାଗୁଥିଲା। ଏଥିରେ ନିଜର ସବୁ କିଛି ହରାଇସାରିଥିବା ଏକ ମଦ୍ୟପ ଜୁଆଡି ଶେଷରେ ନିଜ ପତ୍ନୀକୁ ବି ବାଜିରେ ଲଗାଇ ହାରିଯାଇଥିଲା। ଯେଉଁ ବ୍ୟକ୍ତି ଜୁଆ ଜିତିଥିଲା ସେ ତାଙ୍କ ଘରେ ପହଞ୍ଚିବା ପରେ ଯାହା ଅବସ୍ଥା ହେଲା ତାହା ଏବେ ପାଲଟିଛି ଚର୍ଚ୍ଚାର ବିଷୟ ।

ଗୋଟିଏ ପଟେ ଦୀପାବଳି ପାଳନ ଚାଲିଥିବା ବେଳେ ଝାରଖଣ୍ଡ ହଜାରୀବାଗ ଜିଲ୍ଲା ମୁଫସିଲ ଥାନା ଅନ୍ତର୍ଗତ ଜୁଲଜୁଲ ପାହାଡ ତଳେ ଜମି ଥିଲେ ଦୁନିଆଜାକର ଜୁଆଡି।  ଜୁଆଖେଳରେ ହଜାର ଜାର ଟଙ୍କା ବାଜି ଲଗାଉଥିଲେ ଲୋକେ। ଏଥିରେ ଜୁଆରେ ସବୁକିଛି ହାରିସାରିଥିବା ଏକ ମଦ୍ୟପ ଦ୍ରୌପଦୀଙ୍କ ପରି ନିଜ ପତ୍ନୀଙ୍କୁ ବାଜିରେ ଲଗାଇ ହାରିଯାଇଥିଲା। ବାଜି ଜିତିଥିବା ନିକଟସ୍ଥ ଗ୍ରାମର ଏକ ଯୁବକ ମଦ୍ୟପଙ୍କୁ ସାଙ୍ଗରେ ନେଇ ତାଙ୍କ  ଘରେ ପହଞ୍ଚିବା ପରେ ଯେଉଁ ପରିସ୍ଥିତି ହେଲା ସେଥିରୁ ସେ ଜୀବନରେ ଆଉ କେବେ ଜୁଆ ବିଷୟରେ ଚିନ୍ତାବି କରିପାରିବ ନାହିଁ।

ଜୁଆରେ ସ୍ୱାମୀ ତାଙ୍କୁ ବାଜି ଲଗାଇଥିବା ମହିଳା ଜାଣିବା ପରେ ମଦ୍ୟପ ପତିର ଏପରି ଧୁଲାଇ କରିଥିଲା ଯେ ତାର ନିଶା ଏକଥରେ ଛୁ ହୋଇଯାଇଥିଲା। ମହିଳାଙ୍କ କୋପରୁ ବାଦ ପଡିନଥିଲେ ଜୁଆରେ ତାଙ୍କୁ ଜିତିଥିବା ଜୁଆଡି। ମହିଳା ଜୁଆ ଖେଳ ଚାଲିଥିବା ସ୍ଥାନପର୍ଯ୍ୟନ୍ତ ଯୁବକକୁ ଗୋଡାଇଗୋଡାଇ ପିଟିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ନିମିଷେକରେ ସେଠାର ଚାଲିଥିବା  ଜୁଆ ଆଡ୍ଡା  କେଉଁ ଆଡେ ଉଭେଇ ଯାଇଥିଲା। ଯିଏ ଜୁଆଡୁ ଆସିଥିଲା ସେଇପଟେ ପଡି ଉଠି ପଳେଇଥିଲେ। ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.