Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ମୁଖ୍ୟମନ୍ତ୍ରୀଙ୍କ ପୁଅ ବାହା ହେଉଛନ୍ତି ଜଣେ ସାଧାରଣ ଝିଅକୁ

8/03/2019 at 4:08 PM

ରାଞ୍ଚି ୮/୩ : ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବୀର ଦାସ ନିଜର ସରଳ ଜୀବନ ଶୈଳୀକୁ ଚର୍ଚ୍ଚାରେ ଅଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ପୁଅ ବାହାଘର ହେବାକୁ ଅଛି | ସାଧାରଣତଃ ଦେଖାଯାଏ ବଡ ଘର କିମ୍ବା ରାଜନୈତିକ ହସ୍ତୀଙ୍କ ବାହାଘର ବହୁତ ଧୂମଧାମରେ ହୋଇଥାଏ | କିନ୍ତୁ ଝାରଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପୁଅ ଲଳିତ ଦାସଙ୍କ ବାହାଘର ବହୁତ ସାଧାରଣ ପରିବାରରେ ଏବଂ ନିରାଡମ୍ବର ଭାବେ କରାଯାଉଛି |


ଛତିଶଗଡ଼ର ଜଣେ ସାଧାରଣ ମଧ୍ୟବିତ୍ତ ପରିବାରର ଝିଅ ପୁର୍ଣିମା ଆଜି ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବୀର ଦାସଙ୍କ ପରିବାରର ବୋହୁ ହେବାକୁ ଯାଉଛନ୍ତି | ରାୟପୁରର ଏକ ହୋଟେଲରେ ଲଳିତଙ୍କ ବାହାଘର ଅଛି | ବାହାଘର ଆୟୋଜନ ମଧ୍ୟ ଅତି ସାଧାରଣ ଭାବେ କରାଯାଇଛି |


ମୁଖ୍ୟମନ୍ତ୍ରୀଙ୍କ ପୁଅ ଲଳିତ ରାଞ୍ଚିରେ ଟାଟା ଷ୍ଟିଲରେ ଆସିଷ୍ଟାଣ୍ଟ ମ୍ୟାନେଜର ଅଛନ୍ତି | ପୁର୍ଣିମା ଜଣେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ, ତାଙ୍କର ଜଣେ ସମ୍ପର୍କୀୟ ଭଉଣୀର ବାହାଘର ରଘୁବୀର ଦାସଙ୍କ ପରିବାରରେ ହୋଇଛି | ରଘୁବୀରଙ୍କ ଘର ମଧ୍ୟ ଛତିଶଗଡ଼ରେ | ସେଥିପାଇଁ ତାଙ୍କ ପରିବାର ଚାହୁଁଥିଲା ପୁଅ ପାଇଁ ବୋହୁ ମଧ୍ୟ ଛତିଶଗଡ଼ରୁ ଆଣିବେ |


ପୁର୍ଣିମା କହିଛନ୍ତି ଯେ, ତାଙ୍କ ପାଇଁ ଅନେକ ବିବାହ ପ୍ରସ୍ତାବ ଆସୁଥିଲା | କିଛି ଯୁବକ ତାଙ୍କୁ ଦେଖିବାକୁ ମଧ୍ୟ ଆସିଥିଲେ | ଏତିକିବେଳେ ମୁଖ୍ୟମନ୍ତ୍ରୀଙ୍କ ପୁଅ ପାଇଁ ମଧ୍ୟ ତାଙ୍କ ପାଖକୁ ପ୍ରସ୍ତାବ ଆସିଥିଲା | ରଘୁବୀରଙ୍କ ପରିବାର ପୁର୍ଣିମାଙ୍କୁ ଦେଖିବାକୁ ତାଙ୍କ ଘରକୁ ଯାଇଥିଲେ | ପୁର୍ଣିମାଙ୍କ ସାଧାରଣ ଜୀବନ ଶୈଳୀ ରଘୁବୀରଙ୍କ ପରିବାରକୁ ବହୁତ ଭଲ ଲାଗିଥିଲା | ନିଜ ସରଳ କଥାବାର୍ତ୍ତା ଏବଂ ସୁନ୍ଦର ବ୍ୟବହାରରୁ ରଘୁବୀରଙ୍କ ପରିବାରର ମନ କିଣି ନେଇଥିଲେ ପୁର୍ଣିମା | ଏହାପରେ ନିର୍ବନ୍ଧ ହୋଇଥିଲା ଏବଂ ବିବାହ ତାରିଖ ଘୋଷଣା ହେଲା | ପୁର୍ଣିମା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଘରର ବୋହୁ ହେବା କଥା ଜାଣି ପୁର୍ଣିମା ବହୁତ ଡରି ଯାଇଥିଲେ | କିନ୍ତୁ ରଘୁବୀର ପୁର୍ଣିମାଙ୍କୁ ବୁଝାଇ ଥିଲେ | ଯାହାଫଳରେ ପୁର୍ଣିମାଙ୍କ ଡର ଦୂର ହୋଇଯାଇଥିଲା |

   Related Posts