Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାର୍ଦ୍ଦିକ ୩୦ ବଲ୍‌ରୁ ୪୦ ରନର ମ୍ୟାଚ୍ ବିଜୟୀ ଅପରାଜିତ ଇନିଂସ ଖେଳିଛନ୍ତି। କିରଣ ପୋଲାର୍ଡ ୧୫ ରନରେ ଅପରାଜିତ ଥିଲେ।
  • ||
  • ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇଲା ଗାଡ଼ି, ଜଣେ ମୃତ, ଜଣେ ଗୁରୁତର
  • ||
  • ସିଦ୍ଧୁଙ୍କ ଇସ୍ତଫା ପତ୍ର ସ୍ଵୀକାର କଲେନି କଂଗ୍ରେସ ହାଇକମାଣ୍ଡ, ନିଜ ସ୍ତରରେ ସମାଧାନ କରିବାକୁ ରାଜ୍ୟ ନେତାଙ୍କୁ ଦେଲେ ନିର୍ଦ୍ଦେଶ
  • ||
  • IPL 2021: ଦିଲ୍ଲୀ କ୍ୟାପିଟାଲ୍ସର ବିଜୟରେ ଲାଗିଲା ବ୍ରେକ୍, ପନ୍ତଙ୍କ ଟିମ୍‌କୁ ୩ ଓ୍ଵିକେଟ୍‌ରେ ହରାଇଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • କଂଗ୍ରେସରେ ମିଶିଲେ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ଵାଣୀ, ରାହୁଲଙ୍କ ଉପସ୍ଥିତିରେ ଗ୍ରହଣ କଲେ ସଦସ୍ୟତା
  • ||
  • ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଦିଲ୍ଲୀ ଏମ୍ସରେ ଭର୍ତ୍ତି
  • ||
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||

ମାହିଙ୍କ ସନ୍ୟାସ ଘୋଷଣା ପରେ ବିସିସିଆଇକୁ ମୁଖ୍ୟମନ୍ତ୍ରୀ ସୋରେନଙ୍କ ଅପିଲ-‘ରାଞ୍ଚିରେ ହେଉ ଧୋନୀଙ୍କ ଫେୟାରୱେଲ ମ୍ୟାଚ୍, ସାରା ବିଶ୍ୱ ରହିବ ସାକ୍ଷୀ’

16/08/2020 at 3:40 PM

ଡେରାଡୁନ ୧୬/୦୮ : ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀଙ୍କୁ ଯୁବପିଢ଼ିଙ୍କ ପ୍ରେରଣାର ଉତ୍ସ ବୋଲି କହିଛନ୍ତି | ହେମନ୍ତ ସୋରେନ ଧୋନୀଙ୍କ ପାଇଁ ରାଞ୍ଚିରେ ଏକ ଫେୟାରୱେଲ ମ୍ୟାଚ କରାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି | ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ହେମନ୍ତ ସୋରେନ ଏହି ପ୍ରସ୍ତାବ ଦେଇଛନ୍ତି | ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା ପରେ ହେମନ୍ତ ସୋରେନ ପ୍ରତିକ୍ରିୟା ରଖି କହିଛନ୍ତି, ‘ଦେଶ ଓ ଝାରଖଣ୍ଡକୁ ଗର୍ବ ଓ ଉତ୍ସାହର ଅନେକ ମୁହୂର୍ତ୍ତ ଦେଇଥିବା ମାହି ଆଜି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି | ଆମ ସମସ୍ତଙ୍କ ପ୍ରିୟା ଝାରଖଣ୍ଡ ମାଟିର ପୁଅ ମାହିଙ୍କୁ ନୀଳ ଜର୍ସିରେ ଆଉ ଦେଖିବାକୁ ମିଳିବନି | କିନ୍ତୁ ଦେଶବାସୀଙ୍କ ମନ ଏବେ ପୂରିନି |’

ମୁଖ୍ୟମନ୍ତ୍ରୀ କହିଛନ୍ତି, “ମୁଁ ଚାହୁଁଚି ମାହିଙ୍କ ପାଇଁ ରାଞ୍ଚିରେ ଏକ ଫେୟାରୱେଲ ମ୍ୟାଚ ହେଉ ଯାହାକୁ ସାରା ବିଶ୍ୱ ସାକ୍ଷୀ ରହିବ  | ମୁଁ ଏଥିପାଇଁ ବିସିସିଆଇକୁ ଅପିଲ କରିବାକୁ ଚାହିଁବି ଯେ ମାହିଙ୍କ ପାଇଁ ଏକ ଫଂୱୟାରୱେଲ ମଞ୍ଚ ହେଉ ଏବଂ ଏହାର ହୋଷ୍ଟିଙ୍ଗ  ଝାରଖଣ୍ଡ କରିବ |”

ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ କହିଛନ୍ତି, ” ନିଜ ଖେଳ ଓ ବ୍ୟବହାର ଦ୍ୱାରା ନିଜର ପ୍ରତିଷ୍ଠା ସ୍ଥାପନ କରିଥିବା ଝାରଖଣ୍ଡର ଗର୍ବ ଗିରାଵ କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନୀ ଯୁବପିଢୀଙ୍କ ପାଇଁ ପ୍ରେରଣା ଉତ୍ସ | କ୍ରିକେଟ ଜଗତ ଓ ଭାରତୀୟ ଟିମକୁ ଧୋନୀଙ୍କ ନ ରହିବା ବହୁତ ମନେପଡିବ | ଦେଶକୁ ଅନେକ ମ୍ୟାଚ ଜିତିଥିବା ମାହିଙ୍କୁ ଭବିଷ୍ୟତ ପାଇଁ ଅନେକ ଅନେକ ଶୁଭକାମନା |”

ବିଜେପି ପ୍ରଦେଶ ଅଧ୍ୟକ୍ଷ ଦୀପକ ପ୍ରକାଶ ଏକ ବୟାନରେ କହିଛନ୍ତି ଯେ ଧୋନୀ କେବଳ ଝାରଖଣ୍ଡର ନୁହେଁ ବରଂ ପୁରା ଦେଶର ଗୌରବ | ଖରଖଣ୍ଡର ପ୍ରତିଭା ସାରା ଦେଶ ସାମ୍ନାକୁ ଆସିଛି କିନ୍ତୁ କ୍ରିକେଟରେ ଧୋନୀ ଦୁଇଥର ଦେଶକୁ ବିଶ୍ୱକପ ବିଜେତା କରାଇଛନ୍ତି | ଏଥିପାଇଁ ରାଜ୍ୟ ଓ ଦେଶକୁ ଯଶ ପ୍ରାପ୍ତି ହୋଇଛି ବୋଲି ସେ କହିଛନ୍ତି |

   Related Posts