Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଓଡ଼ିଆ ଆଇପିଏସ ଅଫିସର କେବିସିରେ ଜିତିଲେ ୨୫ଲକ୍ଷ ଟଙ୍କା : ଶହୀଦଙ୍କ ପାଇଁ ଉତ୍ସର୍ଗ କଲେ ପୁରସ୍କାର ରାଶି

28/08/2019 at 2:38 PM

ରାଞ୍ଚି ୨୮/୮: ଝାଡ଼ଖଣ୍ଡ କ୍ୟାଡରର ଆଇପିଏସ୍ ଅଫିସର ସତ୍ୟ ନାରାୟଣ ପ୍ରଧାନ କୌନ ବନେଗା କରୋଡ଼ପତିରେ ୨୫ଲକ୍ଷ ଟଙ୍କା ଜିତିଛନ୍ତି। ଏସଏନ ପ୍ରଧାନ ଜିତିଥିବା ଧନରାଶିକୁ ଶହୀଦଙ୍କ ପରିବାରଲୋକଙ୍କ ପାଇଁ ହୋଇଥିବା ଆକାଉଣ୍ଟ ‘ଭାରତ କେ ବୀର’ରେ ଜମା କରିଛନ୍ତି।

କୁହାଯାଉଛି ଯେ ଏହି ଶୋ ର ପ୍ରସାରଣ ସେପ୍ଟେମ୍ବର ୬ତାରିଖରୁ ହେବ। ଭାରତୀୟ ପୋଲିସ୍ ସେବାର ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ମୂଳ ରୂପରେ ଓଡ଼ିଶାରେ ରୁହନ୍ତି। ସେ ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଏନଡିଆରଏଫର ମହାନିଦ୍ଦେଶକ ପଦରେ ଅଛନ୍ତି।

ଆଇପିଏସ ଅଫିସର ଏସଏନ ପ୍ରଧାନ ୧୯୮୮ମସିହା ବ୍ୟାଚର ଅଫିସର। ସେ ଚଳିତ ବର୍ଷ ଜାନୁୟାରୀ ୨୨ତାରିଖରେ ଏନଡିଆରଏଫର ମହାନିଦ୍ଦେଶକ ହୋଇଥିଲେ। ତାଙ୍କୁ ୨୦୦୬ମସିହାରେ ରାଷ୍ଟ୍ରପତି ସେବା ପଦକ ଏବଂ ୨୦୧୨ମସିହାରେ ରାଷ୍ଟ୍ରପତି ବିଶିଷ୍ଟ ସେବା ପଦକ ମିଳିଥିଲା। ୨୦୦୮ମସିହାରେ ୟୁକେ ସରକାର ପୁଲିସିଙ୍ଗରେ ଇନୋଭେସନ ପାଇଁ ତାଙ୍କୁ କୁଇନସ ଆଓ୍ବାର୍ଡ଼ ଦେଇଥିଲେ।

   Related Posts