Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚେତୁନାହାଁନ୍ତି ଅମାନିଆ : ବିଭିନ୍ନ ଆଳ କରି ବଜାରରେ ବୁଲୁଛନ୍ତି, ଫାଇନ୍ ବି ଗଣୁଛନ୍ତି
  • ||
  • ‘ଟିକାରୁ ଜିଏସଟି ଛାଡ କର’ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
  • ||
  • ଭୟଙ୍କର : ୨୪ ଘଣ୍ଟାରେ ଦେଶରେ ବାହାରିଲେ ୪ ଲକ୍ଷ ୧୪ ହଜାରରୁ ଅଧିକ ପଜିଟିଭ୍, ୩୯୧୫ ମୃତ
  • ||
  • କରୋନା ରୋଗୀଙ୍କୁ ମେଡିସିନ୍ ନେଇ ଜାରି ହେଲା ଏସଓପି : ଆକ୍ରାନ୍ତଙ୍କୁ ଇଞ୍ଜେକ୍ସନ ଦେବା ପୂର୍ବରୁ ଯାଞ୍ଚ ହେବ ସ୍ୱାସ୍ଥ୍ୟାବସ୍ଥା
  • ||
  • ରାଜସ୍ଥାନରେ ୧୪ ଦିନିଆ ଲକ୍‌ଡାଉନ୍‌ ଲଗାଇଲେ ସରକାର, ୩୧ ଯାଏଁ ହୋଇପାରିବନି ବିବାହ
  • ||
  • ପଶୁପକ୍ଷୀଙ୍କୁ ମଧ୍ୟ ହେଉଛି କରୋନା, ଆଗରୁ ଆହୁରି ହେବେ ସଂକ୍ରମିତ ! ଚିନ୍ତାରେ ସରକାର
  • ||
  • ଛୋଟ ପିଲାଙ୍କ ପ୍ରତି ବିପଦ ବେଶୀ, ଦୈନିକ ୫୦୦ ଶିଶୁ ହେଉଛନ୍ତି କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ ଜଣଙ୍କ ଜୀବନ, ୨୧୪୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଗାଁ ନିକଟରେ ବୁଲୁଛି ଗୋଠଛଡା ଦନ୍ତା, ଗ୍ରାମବାସୀ ଭୟଭୀତ
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨,୨୩୮ ପଜିଟିଭ୍
  • ||

ପ୍ରେମିକା ବଦଳରେ ବିଧବା ଭାଉଜଙ୍କ ସହ ହେଲା ବାହାଘର, ଚଉଠି ରାତି ପୂର୍ବରୁ ଜୀବନ ହାରିଦେଲେ ଯୁବକ, ଏବେ କାହିଁକି କାଠଗଡାରେ ପଞ୍ଚାୟତ ?

5/11/2020 at 9:58 PM

ରାଞ୍ଚୀ, ୦୫।୧୧:  ପ୍ରେମିକା ସହ ବିବାହ ହେଲାନି । ପ୍ରେମିକା ବଦଳରେ ଗାଁ ମୁରବିଙ୍କ କଥାରେ ବାଧ୍ୟ ହୋଇ ବିଧବା ଭାଉଜର ମଥାରେ ଦେଲା ସିନ୍ଦୁର । ଏହି ଘଟଣା ମାନସିକ ଭାବେ ଆଘାତ ଦେବାରୁ ଆତ୍ମହତ୍ୟା କରିଦେଲା ୨୫ ବର୍ଷର ଯୁବକ । ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଝାଡଖଣ୍ଡର ରାମଗଡ ଜିଲ୍ଲା ରାମଗଡ ଥାନା ଅଧିନସ୍ତ ରୋଲା ବଗିଚା ଗ୍ରାମରେ ।

ମୃତ ଯୁବକଙ୍କ ବାପା ସୁଖଲାଲଙ୍କ କହିବାନୁସାରେ, ତାଙ୍କ ପୁଅ ଲବ କୁମାର ଗ୍ରାମର ଜଣେ ବ୍ୟକ୍ତିଙ୍କ ବିବାହିତ ଝିଅ ସହ ପ୍ରେସ ସମ୍ପର୍କ ଥିଲା । ବିବାହିତଙ୍କ ଶାଶୂଘର ରାମଗଡ ଓ ତାଙ୍କର ଦୁଇଜଣ ସନ୍ତାନ ମଧ୍ୟ ଅଛନ୍ତି । ଗତ ଅକ୍ଟୋବର ୧୭ରେ ଲବ କୁମାରଙ୍କୁ ତାଙ୍କ ପ୍ରେମିକା ଶାଶୂଘରକୁ ଡାକିଥିଲେ । ସେଠାରେ ପ୍ରେମିକାର ଶାଶୂଘର ଲୋକେ ଲବ୍ କୁମାର ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଏହାସହ ଲବ୍ କୁମାରଙ୍କୁ ମାଡ ମଧ୍ୟ ମାରିଥିଲେ । ତେବେ ସେଠାରୁ ଲବ୍ କୁମାର କୌଣସି ପ୍ରକାରେ ଖସି ଆସି ନିଜ ମାମୁଁଙ୍କ ଘର ଭୁରକୁଣ୍ଡାକୁ ଚାଲି ଯାଇଥିଲେ । ସେଠାରେ ଗୋଟିଏ ସପ୍ତାହ ଧରି ସେ ରହିଥିଲେ ।

ଯୁବକଙ୍କ ପିତା ଆହୁରି କହିଛନ୍ତି ଯେ, ଏହାପରେ ପ୍ରେମିକାଙ୍କ ସ୍ୱାମୀ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ଲଗାଇଥିଲେ ।ଏନେଇ ରାମଗଡ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା ।ତେବେ  ଥାନା ଅଧିକାରୀ ଯୁବକ ଓ ତାଙ୍କ ପରିବାର ଲୋକଙ୍କୁ ଅକ୍ଟୋବର ୩୧ ତାରିଖରେ ଥାନାକୁ ଡାକିବା ପୂର୍ବରୁ ଗ୍ରାମରେ ପଞ୍ଚାୟତ ବସିଥିଲା । ପଞ୍ଚାୟତରେ ଯୁବକଙ୍କଠୁ ୧ ଲକ୍ଷ ୨୫ ହଜାର ଟଙ୍କା ଜରିମାନା ନିଆଯାଇଥିଲା ।

କେବଳ ଏତିକିରେ କଥା ସରିନଥିଲା । ପଞ୍ଚାୟତରେ ଲବଙ୍କୁ ତାଙ୍କର ବିଧବା ଭାଉଜଙ୍କ ସହ ବିବାହ କରି ଦିଆଯାଇଥିଲା । ତେବେ ଚତୁର୍ଥୀ ରାତି ପୂର୍ବରୁ ଲବ୍ ଘରେ କେହି ନଥିବା ବେଳେ ରଶି ଲଗାଇ ଜୀବନ ହାରିଥିଲେ ।

ସେହିପରି ଲବ୍‌ଙ୍କ ବିଧବା ଭାଉଜ କହିଛନ୍ତି ଯେ, ତାଙ୍କ ଦିଅରଙ୍କ ସହ ପଞ୍ଚାୟତରେ କଣ ହୋଇଛି ସେ ଜାଣି ନାହାଁନ୍ତି । କିନ୍ତୁ ଲବ୍ ଚାପରେ ରହୁଥିଲେ । ଏପରିକି ତାଙ୍କୁ ବଞ୍ଚାଇବା ପାଇଁ ନେହୁରା ହେବା ସହ ମଥାରେ ସିନ୍ଦୁର ଲଗାଇଥିଲେ ।

ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ତେବେ ଗାଁର ସରପଞ୍ଚଙ୍କ ସହ ଆଉ କିଛି ଲୋକ ଲବ୍ କୁମାରଙ୍କୁ ଧମକ ଦେଉଥିବା ପୋଲିସ ଜାଣିବାକୁ ପାଇଛି । ଏହାସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଡିଏସପି କହିଛନ୍ତି ।

   Related Posts