ଝାଡଖଣ୍ଡ ଜନାଦେଶ : ଭୋଟ ଗଣତିରେ JMM-CONG ମେଣ୍ଟ ଆଗୁଆ
23/12/2019 at 10:39 AM

ରାଞ୍ଚି ୨୩।୧୨: ସୋମବାର ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଭୋଟ ଗଣନା ଜାରି ରହିଛି । ସକାଳ ୮ଟାରୁ ମତଗଣନା କେନ୍ଦ୍ରରେ ଭୋଟଗଣତି ଜାରି ରହିଛି । ୮୧ ସିଟ୍ ବିଶିଷ୍ଟ ବିଧାନସଭା ପାଇଁ ନଭେମ୍ବର ୩୦ରୁ ଡିସେମ୍ବର ୨୦ ମଧ୍ୟରେ ୫ଟି ପର୍ଯ୍ୟାୟରେ ମତଦାନ ହୋଇଛି । ଭୋଟ ଗଣତିକୁ ନଜର ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଝାଡ଼ଖଣ୍ଡରେ ମହାଁମୁହିଁ ହୋଇଛନ୍ତି ବିଜେପି ଓ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା। ଭୋଟ ଗଣତିର ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ JMM-CONG ମେଣ୍ଟ ୪୨ଟି ସିଟ୍ରେ ଆଗୁଆ ରହିଛନ୍ତି ।

୮୧ବିଶିଷ୍ଟ ବିଧାନସଭା ଆସନରେ ବିଜେପି ୨୯ଟି ସିଟ୍ରେ ଆଗୁଆ ରହିଛି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବା JMM ୨୫ଟି ସିଟ୍ରେ ଆଗୁଆ ରହିଥିବା ବେଳେ ସହଯୋଗୀ କଂଗ୍ରେସ ଓ ଆରଜେଡି଼ ୧୨,୫ ସିଟ୍ରେ ଆଗୁଆ ରହିଛନ୍ତି । ଭୋଟ ଗଣତିର ପ୍ରାରମ୍ଭିକ ଭୋଟ ଗଣତିରେ JMM ନେତୃତ୍ୟଧୀନ ମେଣ୍ଟକୁ ବହୁମତର ନିକଟତର ହେଉଛି । ତେବେ ବିଜେପି ନେତୃତ୍ୟଧୀନ ସରକାରକୁ କଡା ଟକ୍କର ଦେଉଛି JMM ।