ନୀଳଗିରିରରେ ଝାଡଖଣ୍ଡୀ ହାତୀପଲଙ୍କ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

Published By : Prameya-News7 Bureau | November 26, 2019 IST

ନୀଳଗିରି ୨୬।୧୧: ଝାଡ଼ଖଣ୍ଡରୁ ଆସିଥିବା ହାତୀପଲଙ୍କ  ଉପଦ୍ରବରେ ଭୟଭୀତ ଚାଷୀ । ଧାନ ଅମଳ ବେଳେ କ୍ଷେତରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିବାରେ ଲାଗିଛନ୍ତି ହାତୀପଲ । ହାତୀପଲଙ୍କୁ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।

{"id":189923,"width":580,"height":326,"sizeSlug":"large"}

ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ସୋମବାର ସକାଳୁ ୪୩ ଟି ଝାଡ଼ଖଣ୍ଡୀ ହାତୀ ପ୍ରବେଶ କରିଛନ୍ତି  । ଏନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଭୟବୀତ ଅବସ୍ଥାରେ ଅଛନ୍ତି । ଫସଲ ଅମଳ ହୋଇନଥିବାରୁ ବ୍ୟାପକ ଫସଲହାନି ହେବାର ଆଶଙ୍କା ଘାରିଛି ଚାଷୀଙ୍କୁ । ଏହି ହାତୀପଲ  କିଛିଦିନ ଧରି ନୀଳଗିରି ସୀମାନ୍ତ ମୟୁରଭଞ୍ଜ ଜିଲ୍ଲାରେ ରହିଥିଲେ । ଆସିବା ବାଟରେ ବ୍ୟାପକ ଫସଲ ହାନୀ କରିଛନ୍ତି ।

{"id":189924,"sizeSlug":"large"}

ହାତୀପଲ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ବାହାରି ଆଖପାଖ ଅଞ୍ଚଳରେ ଧାନଫସଲ ନଷ୍ଟ କରିବା ସହ ଉପଦ୍ରବ କରିଛନ୍ତି । ହାତୀପଲ ତେରଲଡ଼ିହି ଓ ହାତିମୁଣ୍ଡା ଅଂଚଳରେ ବ୍ୟାପକ ଫସଲ ନଷ୍ଟ କରିଥିବା ଦେଖାଯାଇଛି । ଏବେ ହାତୀପଲ ସେଠାରୁ ବାହାରି ତିନିକୋଶିଆ ଜଙ୍ଗଲ ଆଡକୁ ମୁହାଁଉଛନ୍ତି ।  ତେଣୁ ଗୋପାଳପୁର, ଜଡିବାଲି, କାନ୍ଥସିମୁଳିଆ, ବୟାର ସାହି,ତୁଳସିଡ଼ିହା ଗାଁର ଲୋକଙ୍କ ନିଦ ହଜିଯାଇଛି । ବନ ବିଭାଗ ପକ୍ଷରୁ ହାତୀଙ୍କୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.