ଫୋନରେ ଜିଲ୍ଲାବାସୀଙ୍କ ସମସ୍ୟା ଶୁଣିବେ ଝାରସୁଗୁଡା ଏସ୍‌ପି, ଲୋକଙ୍କ ସହ ସିଧାସଳଖ କଥା ହେବେ

Published By : Prameya-News7 Bureau | June 26, 2020 IST

ଝାରସୁଗୁଡା, ୨୬|୦୬ :  ଆସନ୍ତା ସୋମବାର ଠାରୁ ଝାରସୁଗୁଡା ଜିଲ୍ଲାରେ ଆରମ୍ଭ ହେଉଛି ଫୋନରେ ଏସପି। ପ୍ରତି ସପ୍ତାହର ସୋମବାର ସକାଳ ସାଢେ ୧୦ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଏସପିଙ୍କ ଫୋନ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ରହିବ।

ଜିଲ୍ଲାର ବିଭିନ ଅଞ୍ଚଳରୁ ପୋଲିସ  ବିଭାଗର ଅବହେଳା ଓ ଅନ୍ୟ ସମସ୍ୟା ସମ୍ପର୍କରେ ଲୋକେ କରୋନା କଟକଣା ଯୋଗୁଁ ଆସି ପାରୁ ନାହାଁନ୍ତି । ଏହାକୁ ନଜରରେ ରଖି  ଝାରସୁଗୁଡା ଏସପି ରାହୁଲ ପିଆର ଏଭଳି ନିଷ୍ପତ୍ତି ନେଇ ସର୍ବସାଧାରଣଙ୍କ ଅବଗତ ନିମନ୍ତେ ଜଣାଇଛନ୍ତି। ନିଜର ସମସ୍ୟା ନେଇ ଗ୍ରୀଭାନ୍ସ ସେଲକୁ ଆସି ପାରୁ ନଥିବା ଲୋକେ ସିଧାସଳଖ ଏସପିଙ୍କ ଅଫିସ ଫୋନ ନମ୍ବର ୦୬୬୪୫ ୨୭୦୮୦୮ରେ ଫୋନ କଲେ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ଉଦ୍ୟମ କରାଯିବ ବୋଲି ଏସପି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.