Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଝରାଫୁଲ ମୃତ୍ୟୁ ମାମଲା : ରାକେଶକୁ ୩ ଦିନିଆ ରିମାଣ୍ଡରେ ନେବ ଯାଜପୁର ପୋଲିସ

1/02/2021 at 4:09 PM

ଭୁବନେଶ୍ବର ୧।୨: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଅତ୍ମସମର୍ପଣ ପରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁ ଓରଫ ନନ୍ଦୁକୁ ରିମାଣ୍ଡରେ ନେବ ଯାଜପୁର ପୋଲିସ । ରାକେଶକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଯାଜପୁର ଜିଲ୍ଲା ଦୌରାଜଜ୍ କୋର୍ଟ ପୋଲିସକୁ ଅନୁମତି ଦେଇଛନ୍ତି । ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଯାଜପୁର ପୋଲିସ ।

ଝରାଫୁଲଙ୍କ ମୃତ୍ୟୁକୁ ନେଇ ବଢ଼ି ବଢ଼ି ଚାଲିଛି ସସ୍‌ପେନ୍ସ । ମିଳିନାହିଁ ମୋବାଇଲ। ମିଳିନାହିଁ ସ୍କୁଟି। ମିଳିନାହାନ୍ତି ସ୍କୁଟିରେ ତୃତୀୟ ଚରିତ୍ର । ଝରାଫୁଲଙ୍କ ମୃତ୍ୟୁ ପଛରେ ଅନେକ କିଛି ପ୍ରଶ୍ନର ରହସ୍ୟାବୃତ ହୋଇରହିଛି। ୨ ଦିନ ହେବ ରାକେଶ ଯାଜପୁର ପୋଲିସ କବ୍‌ଜାକୁ ଆସିଥିବା ବେଳେ ଏଯାଏଁ କାହିଁକି ପୋଲିସ ରାକେଶର ସହଯୋଗୀକୁ ଧରିବାରେ ସମର୍ଥ ହୋଇନାହିଁ ? ଯେଉଁ ସ୍କୁଟିରେ ନେଇ ମୃତଦେହ ଫୋପାଡ଼ିଥିଲେ ସେ ସ୍କୁଟି କାହାର ? ଏବଂ ଏହା ପାଖରେ କାହିଁକି ପହଞ୍ଚିପାରୁନି ପୋଲିସ ?  ଝରାଫୁଲଙ୍କ ମୋବାଇଲ୍ ପୋଲିସ ଏବେଯାଏଁ ଜବତ କରିନାହିଁ କାହିଁକି ? ଘଟଣା ଘଟିବାର ୫ ଦିନ ପରେ ବି ଏଯାଏଁ ମୃତ୍ୟୁ ରହସ୍ୟ ଉପରୁ ହଟିପାରୁନି ପରଦା । ଝରାଫୁଲ ବ୍ୟବହାର କରୁଥିବା ମୋବାଇଲ୍ ମିଳିଲେ ଅନେକ କିଛି ଖୁଲାସା ହୋଇପାରିବ ଆଶା କରାଯାଉଛି ।

ଏସବୁ ଭିତରେ ଯାଜପୁର ଜିଲ୍ଲା ଓ ଦୌରାଜଜ୍‌ ୩ ଦିନିଆ ରିମାଣ୍ଡ ଦେବାପରେ ପୋଲିସ ତାଙ୍କୁ ରିମାଣ୍ଡରେ ନେଇ କ୍ରାଇମ୍ ସିନ୍‌ ରିକ୍ରିଏଟ୍ କରିବ ବୋଲି ଅନୁମାନ କରାଯାଉଛି ।

   Related Posts