ଝାଡ଼ଖଣ୍ଡ ପୋଲିସ ବନ୍ଦ କଲା ୩ଟି ଅଶ୍ଳୀଳ ସାଇଟ, ଏହି ସାଇଟ ମାଧ୍ୟମରେ ଚାଲୁଥିଲା ହାଇପ୍ରୋଫାଇଲ ସେକ୍ସ ରାକେଟ
3/02/2019 at 8:46 PM

ରାଂଚି ୩/୨- ଝାଡ଼ଖଣ୍ଡ ପୋଲିସ ୩ଟି ଅଶ୍ଳୀଳ ଓ୍ଵେବସାଇଟ ବନ୍ଦ କରିବାକୁ ଦେଇଛି ନିର୍ଦ୍ଦେଶ । ଏହି ସାଇଟ ମାଧ୍ୟମରେ ଦେହ ବ୍ୟବସାୟୀମାନେ ସହଜ ଓ ଅନାୟସରେ କରୁଥିଲେ ହାଇପ୍ରୋଫାଇଲ ଦେହ ବେପାର ।
ଦିନକୁ ଦିନ ଦେହ ବ୍ୟବସାୟ ଅଧିକ ପରିମାଣରେ ଚାଲିଥିବା ବେଳେ ଏହାର ତରିକା ମଧ୍ୟ ବଦଳିଯାଇଛି । ଅନଲାଇନରେ ଗରାଖ ଖୋଜିବା ଠାରୁ ଆରମ୍ଭ ପୁଣି ମନଲାଖି ଯୁବତୀଙ୍କୁ କାମରେ ଲଗାଇବାକୁ ଚାଲିଛି ଏହି ପ୍ରକାର ବ୍ୟବସ୍ଥା । ଯୁବ ସମାଜ ଏହି ଦେହ ବ୍ୟବସାୟ ପ୍ରତି ଆକୃଷ୍ଟ ହୋଇ କୁପଥଗାମୀ ହେଉଛନ୍ତି । ଦେଖିବାକୁ ଗଲେ ଯୁବସମାଜ ବେଶୀ ପରିମାଣରେ ପର୍ଣ୍ଣସାଇଟ ଭିଜିଟ କରିବା ସହ ଏହାଦ୍ଵାରା ଚାଲୁଥିବା ଦେହ ବେପାର ସହ ସାମିଲ ହେଉଛନ୍ତି । ଏହି କଥାକୁ ଆଖିଆଗରେ ରଖି ଝାଡ଼ଖଣ୍ଡ ପୋଲିସ ବେଆଇନ ଭାବେ ଚାଲୁଥିବା ପର୍ଣ୍ଣସାଇଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଓ୍ଵେବସାଇଟ ମାଧ୍ୟମରେ କିଛି ସଂସ୍ଥା ଯୁବତୀମାନଙ୍କ ସହ ଯୋଗସୂତ୍ର କରିଥାନ୍ତି । ଯୁବତୀଙ୍କ ଫଟୋ ସହ ସେମାନଙ୍କ ସହ କିଭଳି ଯୋଗାଯୋଗ କରିହେବ ଗାଇଡ଼ କରାଯାଇଥାଏ । କେଉଁ ହୋଟେଲ କିମ୍ବା କେଉଁ ସମୟରେ ଗରାଖଙ୍କ ସହ ମିଶିହେବ , ସେ କଥା ମଧ୍ୟ ଏହି ସାଇଟ ମାଧ୍ୟମରେ କରାଯାଇଥାଏ । ଏହି ସାଇଟରୁ ମେଲ୍ ଆଇଡ଼ି ଓ ପରେପରେ ହ୍ଵାଟସଆପ ମାଧ୍ୟମରେ ଯୋଗାଯୋଗ କରାଯାଇ ବ୍ୟବସ୍ଥା କରାଯାଇଥାଏ ।
ଝାଡ଼ଖଣ୍ଡର ସାଇବର କ୍ରାଇମ ରୋକିବାକୁ ଏହିସବୁ ସାଇଟ ବନ୍ଦ କରିବାକୁ ଦିଆଯାଇଛି ନିର୍ଦ୍ଦେଶ ।