Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଝାରଖଣ୍ଡ ମିସ୍ତ୍ରୀ ଗିରଫ, କେନ୍ଦୁଝରରୁ ଲମ୍ବିଛି ଝାରଖଣ୍ଡ ଯାଏ ସାଇବର ଠକେଇର ଚେର

5/12/2021 at 10:01 PM

ପାଟଣା, ୦୫/୧୨: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଓ ଝୁମ୍ପୁରା ପୋଲିସ ମିଳିତ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗ ହୋଇଛି । ଘଷିପୁରା ଥାନା ଅଞ୍ଚଳରୁ ଝାରଖଣ୍ଡୀ ମାର୍ବଲ ମିସ୍ତ୍ରୀକୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି ପୋଲିସ୍‌। ଗିରଫ ଅଭିଯୁକ୍ତ ଠକ ହେଲା ଝାରଖଣ୍ଡ ଗିରିଡି ଜିଲ୍ଲା ଅହଲ୍ୟା ନଗର ଥାନା ଅଞ୍ଚଳର ଏମ୍.ଡି ସଲାଉଦ୍ଦୀନ। ଅଭିଯୁକ୍ତ ଠକ ତୁରୁମୁଙ୍ଗା ଥାନା ଗୋଡିପୋଖରୀ ଅଞ୍ଚଳରେ ରହି ମାର୍ବଲ କାମ କରି ଆସୁଥିଲା। କଣ୍ଟିଆପଡା ଗ୍ରାମରେ ଥିବା ବିଭୂତି ଭୁଷଣ ନାଏକଙ୍କ ଜନସେବା କେନ୍ଦ୍ରକୁ ଯାଇ ତାଙ୍କ ମାଲିକ ଟଙ୍କା ପଠାଇବ କହି ବିଭୂତିଙ୍କ ଏକାଉଣ୍ଟ ନମ୍ବର ମାଗିଥିଲା । ବିଭୂତି ତାଙ୍କ ବ୍ୟାଙ୍କ ଏକାଉଣ୍ଟ ନମ୍ବର ଦେବା ପରେ ତାଙ୍କ ଏକାଉଣ୍ଟକୁ ପର୍ଯ୍ୟାୟ କ୍ରମେ ଲକ୍ଷାଧିକ ଟଙ୍କା ଆସିଥିଲା । ବିଭୂତି ମଧ୍ୟ ଉକ୍ତ ଟଙ୍କାକୁ ଠକ ମାର୍ବଲ ମିସ୍ତ୍ରୀକୁ ଦେଇଥିଲେ।

ପରବର୍ତ୍ତୀ ମୁହୂର୍ତ୍ତରେ ବିଭୁତିଙ୍କ ଏକାଉଣ୍ଟ ବନ୍ଦ ହେଇଯିବାରୁ ବିଭୁତି ବ୍ୟାଙ୍କ ସହ ଯୋଗାଯୋଗ କରିବା ପରେ ତାଙ୍କ ଏକାଉଣ୍ଟ କୁ ସାଇବର ଠକେଇ ହୋଇଥିବା ଟଙ୍କା ଆସିଥିବାରୁ ଏକାଉଣ୍ଟ ବନ୍ଦ ହୋଇଥିବା ଜାଣିବାକୁ ପାଇବା ପରେ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ତୁରୁମୁଙ୍ଗା ଥାନାରେ ୧୪୧/୨୧ ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏଥି ସହ ଏହି ଠକେଇ ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ।

   Related Posts