ଏହି ଅଭିନେତାଙ୍କୁ କିସ୍ କରିବାକୁ ଚାହାନ୍ତି ଜାହ୍ନବୀ କପୁର : ନିଜେ କଲେ ଖୁଲାସା

Published By : Prameya-News7 Bureau | April 25, 2019 IST

ମୁମ୍ବାଇ ୨୫/୪: ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ଏବଂ ବୋନି କପୁରଙ୍କ ବଡ଼ ଝିଅ ଜାହ୍ନବୀ କପୁର ଅଧିକାଂଶ ସମୟରେ ଚର୍ଚ୍ଚାରେ ରୁହନ୍ତି। ‘ଧଡ଼କ’ରେ ଡେବ୍ୟୁ କରିବା ପରେ ଏବେ ଜାହ୍ନବୀଙ୍କ ପାଖରେ ‘ତଖ୍ତ’ ଏବଂ ଗୁଞ୍ଜନ ସକ୍ସେନାଙ୍କ ବାୟୋପିକ୍ ରହିଛି। ଜାହ୍ନବୀ ଏବେ ତାଙ୍କ ସୁଟିଂ କାମରେ ବ୍ୟସ୍ତ ଅଛନ୍ତି। ନିକଟରେ ଜାହ୍ନବୀ ତାଙ୍କ ସାନ ଭଉଣୀ ଖୁସିଙ୍କ ସହ ଏକ ଶୋ ରେ ପହଞ୍ଚିଥିଲେ। ଏଠାରେ ସେ ‘ଉରି’ ଅଭିନେତା ବିକି କୈାଶଲଙ୍କ ସହ ତାଙ୍କ ଫିଲିଙ୍ଗକୁ ସେୟାର କରିଥି​‌ଲେ। ବିକିଙ୍କ ପ୍ରତି ଜାହ୍ନବୀଙ୍କ ଫିଲିଙ୍ଗ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

{"id":107037,"width":597,"height":335}

ଜାହ୍ନବୀ କପୁର କଲର୍ସ ଇନଫିନିଟି ଶୋ ର ପ୍ରଥମ ଅଧ୍ୟାୟରେ ନଜର ଆସିଥିଲେ। ଏହି ଶୋର ଏକ ସେଗମେଣ୍ଟ ‘ସେ ହଟ୍ ଔର ଷ୍ଟ୍ରିପ୍ ଇଟ୍’ରେ ଜାହ୍ନବୀଙ୍କୁ ପଚରାଯାଇଥିଲା ଯେ ସେ ବଲିଉଡ ଅଭିନେତା ବିକି କୈାଶଲ ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ମଧ୍ୟରୁ କାହାକୁ କିସ୍ କରିବାକୁ ଚାହୁଁଛନ୍ତି। ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଥିଲେ ଯେ ସେ ‘ଉରି’ର ଅଭିନେତା ବିକି କୈାଶଲଙ୍କୁ ବାଛିବେ।

{"id":107038,"width":595,"height":334}

ଜାହ୍ନବୀ କରଣ ଜୋହରଙ୍କ ଫିଲ୍ମ ‘ତଖ୍ତ’ରେ ବିକିଙ୍କ ବିପକ୍ଷରେ ନାୟିକା ଭୂମିକାରେ ନଜର ଆସିବେ। ଏଥିରେ ବିକି କୈାଶଲ ମୋଗଲ ସମ୍ରାଟ ଆଉରଙ୍ଗଜେବଙ୍କ ଭୂମିକାରେ ଅଭିନୟ କରିବେ। କିନ୍ତୁ ଜାହ୍ନବୀଙ୍କ ଭୂମିକା ବିଷୟରେ ଏଯାଏଁ କିଛି ସ୍ପଷ୍ଟ ହୋଇନାହିଁ।    

{"id":107043,"width":594,"height":356}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.