ଜାହ୍ନବୀ କପୁରଙ୍କ ଖୁଲାସା : ଭଲ ପାଉଛନ୍ତି ଏହି ଅଭିନେତାଙ୍କୁ

Published By : Prameya-News7 Bureau | December 26, 2019 IST

ମୁମ୍ବାଇ ୨୬/୧୨: କିଛି ଦିନ ତଳେ ସୈଫ ଅଲ୍ଲୀ ଖାନଙ୍କ ଝିଅ ଏବଂ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ କଫି ଓ୍ବିଥ କରଣରେ କରଣ ଜୋହରଙ୍କୁ କହିଥିଲେ ଯେ କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ କ୍ରଶ୍। ଏହା ପରେ ସାରା ଏବଂ କାର୍ତ୍ତିକ ଇମତିଆଜ ଅଲ୍ଲୀଙ୍କ ଫିଲ୍ମ ‘ଲଭ ଆଜକଲ୍ ୨’ ରେ କାମ କରିଛନ୍ତି। ସାରାଙ୍କ ପରେ ଏବେ ଆଉ ଜଣେ ୟଙ୍ଗ୍ ଷ୍ଟାର କ୍ରଶକୁ ନେଇ ନିଜର ରାୟ ରଖିଛନ୍ତି।

{"id":202758,"sizeSlug":"large"}

 ଗୋଟିଏ ଫିଲ୍ମରେ ନଜର ଆସିଥିବା ଅଭିନେତ୍ରୀ ଜାହ୍ନବୀ କପୁର ପାପାରାଜିଙ୍କ ପ୍ରିୟ ଏବଂ ସେ ସାରାଙ୍କ ପରି ସବୁ କଥା ଏକ୍ସପ୍ରେସ୍ କରିବାକୁ ଭଲ ପାଆନ୍ତି। ସେ ନିକଟରେ ନେହା ଧୁପିଆଙ୍କ ଶୋରେ କହିଥିଲେ ଯେ ତାଙ୍କୁ ତାମିଲ ଷ୍ଟାର ଏବଂ ଅର୍ଜ୍ଜୁନ ରେଡ୍ଡି ଷ୍ଟାର ବିଜୟ ଦେବରାକୋଣ୍ଡାଙ୍କ ପ୍ରତି କ୍ରଶ୍ ରହିଛି।

{"id":202757,"sizeSlug":"large"}

ନେହା ଧୁପିଆଙ୍କ ଚାଟ୍ ଶୋ ବେଳେ ଜାହ୍ନବୀ କପୁର କହିଥିଲେ ଯେ ସେ ଅନେକ ଦିନରୁ ବିଜୟଙ୍କ ପ୍ରତି ଖୁବ୍ ପ୍ରଭାବିତ ହୋଇଛନ୍ତି। ଜାହ୍ନବୀ କହିଛନ୍ତି ତାଙ୍କ ଜୀବନରେ ଭିନ୍ନ ଭିନ୍ନ ଫେଜ୍ ଚାଲିଥାଏ କିନ୍ତୁ ବିଜୟଙ୍କ ପ୍ରତି ତାଙ୍କ କ୍ରଶ୍ ସବୁବେଳେ ରହିଛି।

{"id":202759,"sizeSlug":"large"}

ଓ୍ବାର୍କ ଫ୍ରଣ୍ଟ କଥା କହିବା ଯଦି ଜାହ୍ନବୀ ଏବେ ଖୁବ୍ ଶୀଘ୍ର ‘ଗୁଞ୍ଜନ ସକ୍ସେନା ଦ କାରଗିଲ୍ ଗାର୍ଲ’ ଏବଂ ‘ରୁହଆଫଜା’ରେ ନଜର ଆସିବେ। କାରଗିଲ୍ ଗାର୍ଲରେ ଜାହ୍ନବୀ ଗୁଞ୍ଜନ ସକ୍ସେନାଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ଜାହ୍ନବୀଙ୍କ ବ୍ୟତୀତ ପଙ୍କଜ ତ୍ରିପାଠୀ ମଧ୍ୟ ନଜର ଆସିବେ। ଏହି ଦୁଇଟି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ବ୍ୟତୀତ ଜାହ୍ନବୀ ‘ତଖ୍ତ’ ଏବଂ ‘ଦୋସ୍ତାନା ୨’ରେ ମଧ୍ୟ ନଜର ଆସିବେ।

{"id":202760,"sizeSlug":"large"}

ତଖ୍ତ ଏକ ମଲଟିଷ୍ଟାରର ପିରିୟଡ ଡ୍ରାମା ଏବଂ ଏହାର ନିଦ୍ଦେଶନା ଦେବେ କରଣ ଜୋହର। ଏହି ଫିଲ୍ମରେ ରଣବୀର ସିଂହ,କରିନା କପୁର ଖାନ୍,ବିକି କୌଶଲ୍,ଅନିଲ କପୁର,ଆଲିୟା ଭଟ୍ଟ,ଜାହ୍ନବୀ କପୁର ଏବଂ ଭୂମି ପେଦନେକର ଭଳି ଷ୍ଟାର ନଜର ଆସିବେ। ଏହା ବ୍ୟତୀତ ସେ ‘ଦୋସ୍ତାନା ୨’ରେ କାର୍ତ୍ତିକ ଆର୍ଯ୍ୟନଙ୍କ ସହ କାମ କରୁଛନ୍ତି।

{"id":202761,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.