ପିଙ୍କ ଶାଢୀରେ ଜଲୱା ଦେଖାଇଲେ ଅଭିନେତ୍ରୀ ଜାହ୍ନବୀ କପୁର

Published By : Prameya-News7 Bureau | January 20, 2020 IST

ମୁମ୍ବାଇ୨୦|୧: ‘ଧଡ଼କ’ରେ ଡେବ୍ୟୁ କରିବା ପରେ ଅଭିନେତ୍ରୀ ଜାହ୍ନବୀ କପୁର ଅନେକ ଲୋକଙ୍କ ଦିଲରେ ରାଜ କରନ୍ତି। ଜାହ୍ନବୀ ଅଧିକାଂଶ ସମୟରେ ନିଜ ଲୁକ୍‌ ପାଇଁ ଚର୍ଚ୍ଚାରେ ରୁହନ୍ତି। ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରୁହନ୍ତି ଜାହ୍ନବୀ । ଜାହ୍ନବୀଙ୍କ ଫଟୋ ଖୁବ ଭାଇରାଲ ହୁଏ। ନିକଟରେ ଜାହ୍ନବୀ ଶାଢ଼ି ପିନ୍ଧିଥିବା କିଛି ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି।

{"id":213645,"width":578,"height":718,"sizeSlug":"large"}

ଏହି ଏଥ୍‌ନିକ୍‌ ୱେରରେ ଜାହ୍ନବୀ ସମସ୍ତଙ୍କ ଦିଲ ଲୁଟିଛନ୍ତି। ଫଟୋ ଗୁଡିକ ଖୁବ୍‌ ଭାଇରାଲ ହେବାରେ ଲାଗିଛି। କିଛି ଦର୍ଶକ ତାଙ୍କର ଏହି ଲୁକ୍‌ ଦେଖି ମା' ଶ୍ରୀଦେବୀଙ୍କ ସହ ତାଙ୍କୁ ତୁଳନା କରିଛନ୍ତି। ଏହି ଫଟୋରେ ଗୋଲାପୀ ରଙ୍ଗର ଶାଢ଼ି ପିନ୍ଧିଛନ୍ତି ଜାହ୍ନବୀ। ଯେୁଁଥିରେ ସେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି। ବଲିଉଡରେ ଡେବ୍ୟୁ କରିବା ପରେ ଜାହ୍ନବୀଙ୍କ ଫିଲ୍ମ ବକ୍ସ ଅଫିସରେ କମାଲ କରିନଥିଲା ସତ କିନ୍ତୁ ଦର୍ଶକଙ୍କ ମନ କିଣିନେଇଥିଲେ ଜାହ୍ନବୀ।

{"id":213646,"width":565,"height":786,"sizeSlug":"large"}

୨୦୨୦ ମସିହାରେ ଓ୍ବେବ୍‌ ସିରିଜ୍‌ ଘୋଷ୍ଟରେ ଜାହ୍ନବୀଙ୍କୁ ଦେଖିବାକୁ ମିଳିଥିଲା। ଏହା ମଧ୍ୟ ଫ୍ଲପ୍‌ ହୋଇଥିଲା। ଆସନ୍ତା ମାର୍ଚ୍ଚ ମାସରେ ଗୁଞ୍ଜନ ସାକ୍‌ସେନାଙ୍କ ବାୟୋପିକ୍‌ ଫିଲ୍ମ ରିଲିଜ ହେବ। ଏହି ଫିଲ୍ମରେ ଜାହ୍ନବୀ ନଜର ଆସିବେ।

{"id":213648,"width":575,"height":791,"sizeSlug":"large"}

ସୂଚନାଯୋଗ୍ୟ ଯେ, ସେ ଆଗାମୀ ଦିନରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ସହ 'ଦୋସ୍ତାନାରେ ୨'ରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଏହା ବ୍ୟତୀତ ରାଜକୁମାର ରାଓଙ୍କ ସହ ଏକ ଫିଲ୍ମରେ ଜାହ୍ନବୀ ଅଭିନୟ କରିବେ ବୋଲି କୁହାଯାଉଯାଉଛି। ଏହି ଫିଲ୍ମ ବିଷୟରେ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.