ମୁମ୍ୱାଇ୧୦|୧: ଶ୍ରୀଦେବୀ ଏବଂ ବୋନି କପୁରଙ୍କ ବଡ଼ ଝିଅ ଜାହ୍ନବୀ କପୁର ଅଧିକାଂଶ ସମୟରେ ଚର୍ଚ୍ଚାରେ ରୁହନ୍ତି। ‘ଧଡ଼କ’ରେ ଡେବ୍ୟୁ କରିବା ପରେ ଜାହ୍ନବୀ ଅନେକ ଲୋକଙ୍କ ଦିଲରେ ରାଜ କରନ୍ତି। ଜାହ୍ନବୀ ଏବେ ନିଜ ଅପକମିଂ ଫିଲ୍ମ ଶୁଟିଂ କାମରେ ବ୍ୟସ୍ତ ଅଛନ୍ତି। ଜାହ୍ନବୀଙ୍କୁ ସବୁବେଳେ ଭିନ୍ନ ଭିନ୍ନ ଷ୍ଟାଇଲ୍ରେ ସ୍ପଟ୍ କରାଯାଏ।
{"id":209364,"sizeSlug":"large"}ଜିମ୍ ଲୁକ୍ ହେଉ ବା କାଜୁଆଲ ଲୁକ୍ ସବୁଥିରେ ଲୋକଙ୍କ ମନ କିଣିନିଅନ୍ତି ଜାହ୍ନବୀ। ଏବେ ଜାହ୍ନବୀ ନିଜ ଲାଟେଷ୍ଟ ଫଟୋଶୁଟ୍ ପାଇଁ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଏହି ଫଟୋ ଦେଖି ଅନେକ ଦର୍ଶକ ତାଙ୍କୁ ଇଣ୍ଡିଆନ୍ ବିଉଟି ବୋଲି କହୁଛନ୍ତି। କିଛି ଜଣ ତ ଏମିତି ବି କହିଛନ୍ତି ଯେ, ଜାହ୍ନବୀ ୱେଷ୍ଟର୍ଣ୍ଣ ନୁହେଁ ବରଂ ଇଣ୍ଡିଆନ୍ ଲୁକ୍ରେ ଭଲ ଲାଗନ୍ତି।
{"id":209365,"width":516,"height":663,"sizeSlug":"large"}ଏହି ଫଟୋଶୁଟ୍ରେ ଜାହ୍ନବୀ ବ୍ରାଇଡାଲ ଲୁକ୍ରେ ନଜର ଆସିଛନ୍ତି। ଏକ ମ୍ୟାଗାଜିନ୍ ପାଇଁ ଜାହ୍ନବୀ ଏହି ଫଟୋଶୁଟ୍ କରାଇଛନ୍ତି।
{"id":209366,"width":587,"height":589,"sizeSlug":"large"}ୱାର୍କ ସେକ୍ଟର କଥା କହିଲେ ଚଳିତ ମାସ ୧ ତାରିଖରେ ଜାହ୍ନବୀଙ୍କର ୱେବ ସିରିଜ୍ ରିଲିଜ ହୋଇଛି। ଏହା ସହ ସେ ଫିଲ୍ମ ଦୋସ୍ତାନା ୨ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଖୁବ ଶୀଘ୍ର ଗୁଞ୍ଜନ ସକ୍ସେନାଙ୍କ ବାୟୋପିକ୍ରେ ଫିଲ୍ମରେ ଦେଖିବାକୁ ମିଳିବେ।