Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ମାତିଲା ଝାଡଖଣ୍ଡୀ ଦନ୍ତା, ଦୋକାନ ଭାଙ୍ଗି ଖାଇଲା କୁରକୁରେ

2/07/2021 at 8:49 AM

ନୀଳଗିରି, ୦୨।୦୭ :   ପୁଣି ନୀଳଗିରି ଅଞ୍ଚଳରେ ପ୍ରବେଶ କଲା ଝାଡଖଣ୍ଡୀ ଦନ୍ତା। ମୟୁରଭଞ୍ଜର ଭୀମଦାରେ  ଆତଙ୍କ ଖେଳାଇବା ସହ ନୀଳଗିରିର ମହିସାପଟାରେ ଗୁରୁବାର ରାତିରେ ପ୍ରବେଶ କରି ଶାଲବଣି ଗାଁରେ ଝାଡ଼ଖଣ୍ଡି ଦନ୍ତା ହାତୀ ଉପଦ୍ରବ ଚଳାଇଛି।

ହାତୀ ଗାଁରେ ଆତଙ୍କ ଖେଳାଇବା ସହ ଘର ଭାଙ୍ଗୁଥିବା ଅଭିଯୋଗ ହୋଇଛି। ଏକ ଦୋକାନ ଭାଙ୍ଗି  ହାତୀପଲ କୁରକୁରେ, ବିସ୍କୁଟ ଓ ପାଉଁରୁଟି ଖାଇବା ସହ ନଷ୍ଟ କରିଛି। ତେବେ ନୀଳଗିରି ରେଞ୍ଜର ମନୁୱର ଖାଁ ନିଜ ବନ ବିଭାଗ ଟିମ୍ ସହ ରାତିସାରା ହାତୀକୁ ଜଗି ରହିଥିବା ଜଣାପଡିଛି। ଏବେ ହାତୀ ଗୋପାଳପୁର ଜଙ୍ଗଲ ମୁହାଁ ହେଉଥିବା ଜଣାପଡିଛି।

   Related Posts