Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

୮ ଦିନିଆ ଲକ୍‌ଡାଉନ୍‌ ଘୋଷଣା, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଝାଡଖଣ୍ଡ ସରକାରଙ୍କ ନିଷ୍ପତ୍ତି

20/04/2021 at 4:12 PM

ରାଞ୍ଚି ୨୦/୦୪ : ଝାଡଖଣ୍ଡରେ ଲାଗୁହେଲା ଲକ୍‌ଡାଉନ୍‌ । ୮ ଦିନ ପାଇଁ ଲକ୍‌ଡାଉନ୍‌ ଲାଗୁ ହେବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୨୨ ତାରିଖରୁ ଏପ୍ରିଲ ୨୯ ତାରିଖ ଯାଏଁ ଝାଡଖଣ୍ଡରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଜରୁରୀ ସେବା ଲକ୍‌ଡାଉନ୍‌ରୁ ବାଦ ପଡିଛି । ଲକ୍‌ଡାଉନ୍ ବେଳେ ଧାର୍ମିକ ଅନୁଷ୍ଠାନ ଯେପରିକି ମନ୍ଦିର କଟକଣା ଅନୁଯାୟୀ ଖୋଲା ରହିବ ।ଏହା ସହିତ ଖଣି, କୃଷି କାର୍ଯ୍ୟ, ନିର୍ମାଣ କାର୍ଯ୍ୟ ପୂର୍ବପରି ଜାରି ରହିବ ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ଝାଡଖଣ୍ଡରେ ୨୪୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟକୁ ଅଧିକ ସଂଖ୍ୟକ ଟିକା ଯୋଗାଇ ଦେବାକୁ କେନ୍ଦ୍ରକୁ କହିଛନ୍ତି ଝାଡଖଣ୍ଡ ସରକାର । ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୨.୫୯ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ୨୪ ଘଣ୍ଟା ମଧ୍ୟରେ ୧୭୬୧ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

   Related Posts