ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରି କ୍ଷମା ମାଗିଲେ ଜୟପୁର ତହସିଲଦାର ରଂଜିତା ମଲ୍ଲିକ
25/06/2018 at 1:41 PM

ରାଗିଗଲେ ଜୟପୁର ତହସିଲଦାର ରଂଜିତା ମଲ୍ଲିକ।କେବଳ ରାଗି ନାହାଁନ୍ତି ରାଗ ଏତେ ମାତ୍ରାରେ ମୁଣ୍ଡରେ ଚଢିଛି ଯେ ଭଲ କଣ ମନ୍ଦ କଣ ବି ଜାଣି ପାରୁ ନାହାଁନ୍ତି।ସାମ୍ବାଦିକ ମାନଙ୍କ ପ୍ରଶ୍ନକୁ ସାମ୍ନା କରି ନପାରି ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି।ରୁମ ଛାଡି ଚାଲି ଯିବାକୁ କହିବା ସହ ଦୁର୍ବ୍ୟବହାର ବି କରୁଛନ୍ତି ।ତାହା ବି ପୁଣି ପୋଲିସ ଉପସ୍ଥିତିରେ।ପୋଲିସ ବି ନିରୁପାୟ ହୋଇ ସବୁ ଦେଖୁଛି।ଜୟପୁର ରାଣୀଗଡ ଗୁମ୍ମା ପଥର କ୍ବାରୀ ଅଘଟଣ ସଂପର୍କରେ ଆଜି ସାମ୍ବାଦିକ ମାନେ ତହସିଲଦାରଙ୍କୁ ପ୍ରଶ୍ନ କରିଥିଲେ।ହେଲେ କିଛି ପ୍ରଶ୍ନର ଉତ୍ତର ଦେଇଥିବା ବେଳେ ଆଉ କିଛି ପ୍ରଶ୍ନର ଉତ୍ତର ନ ଦେଇ ପାରି ହଠାତ୍ ଉତକ୍ଷିପ୍ତ ହୋଇ ଯାଇଥିଲେ।ଏପରିକି ସାମ୍ବାଦିକ ମାନଙ୍କୁ ବ୍ୟକ୍ତିଗତ ଆକ୍ଷେପ କରି ଦୁର୍ବ୍ୟବହାର କରିଥିଲେ।ଏହାର ପ୍ରତିବାଦରେ ସାମ୍ବାଦିକମାନେ ଜୟପୁର ତହସିଲଦାରଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଥିଲେ।ପରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ ବରିଷ୍ଠ ବିଜେଡି ନେତା ବିଷ୍ନୁ ପାତ୍ର ଆସି ସାମ୍ବାଦିକ ଓ ତହସିଲଦାରଙ୍କ ସହ ଆଲୋଚନା କରିଥିଲେ।ପରେ ତହସିଲଦାର ନିଜ ଭୁଲ ସ୍ବୀକାର କରିବା ପରେ ସାମ୍ବାଦିକ ମାନଙ୍କୁ କ୍ଷମା ମାଗିଥିଲେ ଓ ଏପରି ଭୁଲ ଆଉ ଆଗକୁ କରିବେନି ବୋଲି ବି କହିବା ପରେ ସାମ୍ବାଦିକ ମାନେ ଧାରଣାରୁ ଓହରିଥିଲେ।
ଜୟପୁର ରାଣୀଗଡ ପଥର କ୍ବାରୀ ଅଘଟଣକୁ ନେଇ ବିବାଦ ଜୟପୁର ତହସିଲଦାରଙ୍କ ପିଛା ଛାଡିବାର ନାଁ ନେଉନାହିଁ।ଜୟପୁର ଉପଜିଲ୍ଲାପାଳଙ୍କ ସହମତି ବିନା ଡିଡି ବଲ୍ଡରକୁ ପଥର ଉତ୍ତୋଳନ କରିବାକୁ ଜୟପୁର ତହସିଲଦାର କିପରି ଅନୁମତି ଦେଲେ ଏହାର ତଦନ୍ତ କରୁଛି ଜିଲ୍ଲା ପ୍ରଶାସନ।ଆଉ ଏପଟେ ସମଗ୍ର ଅଘଟଣ ପାଇଁ ପୂର୍ବରୁ କଂଗ୍ରେସ ତହସିଲଦାରଙ୍କ ବହିସ୍କାର ଓ ଗିରଫ ଦାବି କରିଥିବା ବେଳେ ଆଜି ସିପିଆଇ ତରଫରୁ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆ ଯାଇଥିଲା।ତହସିଲଦାରଙ୍କୁ ତୁରନ୍ତ ବହିସ୍କାର ଓ ଗିରଫ କରିବା ସହ ୫ ଦଫା ଦାବୀରେ ସିପିଆଇ ତରଫରୁ ରାଜ୍ୟପାଳଙ୍କ ଉଦ୍ୟେଶରେ ଦାବୀ ପତ୍ର ପ୍ରଦାନ କରାଯାଇଛି।ତେବେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ତହସିଲଦାର ରଂଜିତା ମଲ୍ଲିକ।ପଥର ଉତ୍ତୋଳନ ପାଇଁ ଡିଡି ବିଲ୍ଡରକୁ ଦିଆ ଯାଇଥିବା ଅନୁମତିରେ ସେ କୋଣସି ତ୍ରୁଟି କରି ନାହାଁନ୍ତି କି ଆଇନର ଉଲଂଘନ କରି ନାହାଁନ୍ତି ବୋଲି କହିଛନ୍ତି।
ତହସିଲଦାର ରଂଜିତା ମଲ୍ଲିକ ଜଣେ ପ୍ରଶାସନିକ ଅଧିକାରୀ ହୋଇଥିବାରୁ ଲୋକଙ୍କ ସୁଖ ଦୁଃଖ ଠିକରେ ଶୁଣି ସେ ସବୁର ସମାଧାନ କରିବା କଥା।କିନ୍ତୁ ସେ ଲୋକଙ୍କ ସୁଖ ଦୁଃଖ ଶୁଣିବେ କଣ ହାତ ଗୁଂଜା ନେଇ କାମ କରୁଥିବା ଅଭିଯୋଗ ହେଉଛି।ଆଉ ଯିଏ ବି ଏହାର ପ୍ରତିବାଦ କରିବ ସିଏ ତହସିଲଦାରଙ୍କ ରୋଷର ସ୍ବୀକାର ହେଉଛି।କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପ୍ରତି ଯଦି ଏପରି ବ୍ୟବହାର ତାହା ହେଲେ ଅନ୍ୟ ମାନଙ୍କ ପ୍ରତି ତହସିଲଦାର କିପରି ବ୍ୟବହାର କରୁଥିବେ ତାହା ସହଜରେ ଅନୁମେୟ।