ଜୟପୁର ପୌରପାଳିକାରେ ଦୋକାନ ଘର ବଣ୍ଟନରେ କେଳେଙ୍କାରୀ : ୩ଜଣ ପୌର କର୍ମଚାରୀ ଏବଂ ଜଣେ ସାମ୍ବାଦିକଙ୍କ ବିରୋଧରେ ଅଭିଯୋଗ

Published By : Prameya-News7 Bureau | October 30, 2018 IST

କୋରାପୁଟ ୩୦|୧୦: ଜୟପୁର ପୌରପାଳିକାରେ ଦୋକାନ ଘର ବଣ୍ଟନରେ କେଳେଙ୍କାରୀ ଅଭିଯୋଗ। ପୂର୍ବତନ ପୌର ଉପାଧ୍ୟକ୍ଷ, ୩ଜଣ ପୌର କର୍ମଚାରୀ ଏବଂ ଜଣେ ସାମ୍ବାଦିକଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଫେରାଦ୍‌ ହୋଇଛନ୍ତି ୨୪ଜଣ କାଉନସିଲର । ତୁରନ୍ତ ଦୋକାନ ଗୃହ ଆବଣ୍ଟନକୁ ରଦ୍ଦ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସେମାନେ । ….. ପୁଣି ପଦାକୁ ଆସିଲା ଜୟପୁର ପୌରପାଳିକାର ଆଉ ଏକ କେଲେଙ୍କାରୀ । ବିଦ୍ୟାଧର ଦୈନିକ ବଜାର ଓ ଜୟନଗରଠାରେ ପୌରପାଳିକା ଦ୍ବାରା ନିର୍ମାଣ କରାଯାଇଥିବା ଦୋକାନ ଗୃହ ବଣ୍ଟନରେ ଫିକ୍ସିଂ । ଆଉ ଏହି ଫିକ୍ସଂରେ ସାମିଲ ଅଛନ୍ତି ପୌର ପାଳିକାର ପୂର୍ବତନ ଉପାଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ରଥଙ୍କ ସମେତ ପୌର ପାଳିକାର ୩ ଜଣ କର୍ମଚାରୀ ଓ ଜଣେ ସାମ୍ବାଦିକ । ଏମାନେ ସମସ୍ତେ ମିଳିମିଶି ପୌର ପାଳିକାର ରିଜୋଲ୍ୟୁସନ ଓ ମିନଟ ବୁକକୁ ଟ୍ୟାମ୍ପରିଂ କରି ବେଆଇନ ଭାବେ ଦୋକାନ ଗୃହ ବାଣ୍ଟିଥିବା ଅଭିଯୋଗ ହୋଇଛି । ଏମାନଙ୍କ ବିରୋଧରେ ଅଭିଯୋଗ  କରିଛନ୍ତି ଖୋଦ ଶାସକଦଳରେ ୨୧ ପୂର୍ବତନ କାଉନସିଲରଙ୍କ ସମେତ ମୋଟ ୨୪ ଜଣ କାଉନସିଲର । ଏପରିକି ୨୦୧୩ ରୁ ୨୦୧୮ ମଧ୍ୟରେ ପୌର ପାଳିକାର ସମସ୍ତ କାର୍ଯ୍ୟର ତଦନ୍ତ କରିବାକୁ ଦାବି କରାଯାଇଛି  । ସେପଟେ ଯେଉଁମାନଙ୍କ ବିରୋଧରେ ଏଭଳି ଅଭିଯୋଗ ହୋଇଛି ସେମାନେ ଏହାକୁ ମିଛ ବୋଲି କହିବା ସହ କୌଣସି ପ୍ରକାର ତଦନ୍ତକୁ ସ୍ବାଗତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.