ମାଲ ପରିବହନକୁ ନେଇ ଜୟପୁର ଲରି ଓନର ଆସେସେସନରେ ବିବାଦ
25/08/2018 at 2:41 PM

ମାଲ ପରିବହନକୁ ନେଇ ଜୟପୁର ଲରି ଓନର ଆସେସେସନରେ ବିବାଦ ଘନଉଛି । କିଛି କର୍ମକର୍ତ୍ତା ଆସୋସିଏସନର ଗାଇଡ ଲାଇନକୁ ଉଲଂଘନ କରି ମନଇଛା ରାଜ୍ୟ ବାହାରକୁ ମାଲ ପଠାଇବା ପରେ ଏହି ବିବାଦ ଦେଖା ଦେଇଛି।ଏହାକୁ ନେଇ ସଂଘ ଦୁଇ ଫାଳ ହୋଇଯାଇଥିବା ବେଳେ ମାମଲା ଥାନାରେ ପହଁଚିଛି।ଏପରିକି ଆସୋସିଏସନର ସାଧାରଣ ସଂପାଦକ ନରେନ୍ଦ୍ର ମହାନ୍ତି ନିଜ ପଦରୁ ଇସ୍ତଫା ଦେବା ପରେ ପରିଚାଳନା ବୋର୍ଡକୁ ଭାଂଗି ଦିଆ ଯାଇଛି। ସଂଘର ନିୟମ ଅନୁସାରେ ସବୁ ଟ୍ରକ ସିରିଅଲରେ ଲୋଡ୍ ପାଇବା ପରେ ଏହାକୁ ପରିବହନ କରିବା କଥା।କିନ୍ତୁ ଅଭିଯୋଗ ଅନୁସାରେ ଆସୋସେସନର ସାଧାରଣ ସଂପାଦକ ନରେନ୍ଦ୍ର ମହାନ୍ତି ନିଜ ବ୍ୟକ୍ତିଗତ ସ୍ବାର୍ଥ୍ୟ ପାଇଁ ଏହି ଗାଇଡ୍ ଲାଇନକୁ ଉଲଂଘନ କରିଛନ୍ତି। ଟ୍ରକ ମାଲିକ ମାନଙ୍କଠାରୁ ଟଂକା ନେଇ ବେଆଇନ ଭାବେ ସେମାନଙ୍କୁ ଲୋଡ୍ ଦେଉଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ସଂଘ ସଭାପତିଙ୍କ ସହ ଅନ୍ୟ କର୍ମକର୍ତ୍ତା।ହେଲେ ନରେନ୍ଦ୍ର ମହାନ୍ତି ବି ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏହାକୁ କାଉଣ୍ଟର କରିଛନ୍ତି।ସମସ୍ତ ଅଭିଯୋଗକୁ ସେ ମିଥ୍ୟା ବୋଲି କହିଥିବା ବେଳେ ଆସୋସେସନ କେବଳ ବେପାରୁଆ ମନୋଭାବ ରଖି ଚାଷୀ ଓ ଟ୍ରକ ମାଲିକଙ୍କ ସ୍ବାର୍ଥ୍ୟକୁ ଅଣଦେଖା କରୁଥିବା ସେ ଅଭିଯୋଗ କରିଛନ୍ତି।ଆସୋସେସନର ଗାଇଡ ଲାଇନ ଯୋଗୁଁ ସିଲିଅଲରେ ଟ୍ରକ ମାଲିକ ମାନେ ଅପେକ୍ଷା କରି ମାଲ ପରିବଦନ କରିବା ହେତୁ ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟ ନଷ୍ଟ ହେଉଥିବା ସେ କହିଛନ୍ତି।ତେଣୁ ଚାଷୀଙ୍କ ଫସଲକୁ ସିରିଅଲ ଟୋକେନରୁ ବାଦ ଦେବାକୁ ଚେଷ୍ଟା କରିଥିବା କାରଣରୁ ଏହି ବିବାଦ ଦେଖା