ଜୟପୁର ରକ୍ତଭଣ୍ଡାର ବିରୋଧରେ ଅନିୟମିତତା ଅଭିଯୋଗ ; News7ରେ ଖବର ପ୍ରସାରଣ ପରେ ଆକ୍ସନ ମୋଡ଼ରେ ସ୍ୱାସ୍ଥ୍ୟ ବିଭାଗ
25/05/2018 at 1:40 PM

ଜୟପୁର ରକ୍ତ ଭଣ୍ଡାରରେ ଚାଲିଥିବା ବ୍ୟାପକ ଅନିୟମିତତାର ଆରମ୍ଭ ହେଲା ବିଦ୍ଧିବଦ୍ଧ ତଦନ୍ତ।ପ୍ରଥମ ଦିନରେ ରକ୍ତ ଭଣ୍ଡାରର କର୍ମଚାରୀ ମାନଙ୍କୁ ପଚରା ଉଚୁରା କରାଯାଇଥିବା ବେଳେ ବିଭିନ୍ନ କାଗଜ ପତ୍ର ଓ ରସିଦ ବହିକୁ ଯାଂଚ କରାଯାଇଛି।ଏହା ପରେ ଅଭିଯୋଗକାରୀଙ୍କୁ ଡାକି ସେମାନଙ୍କ ବୟାନ ରେକର୍ଡ କରାଯିବ।ରକ୍ତ ଭଣ୍ଡାର କତ୍ତୃପକ୍ଷ ରୋଗୀଙ୍କୁ ରକ୍ତ ନେବା ପରେ ରସିଦ ଠିକରେ ଦେଉନଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଥିବା କହିଛନ୍ତି ତଦନ୍ତକାରୀ ଅଧିକାରୀ।ସେହପରି ରକ୍ତ ନେବା ସମୟରେ ମିଠା ଓ ଚଂଚକତା କରି ରକ୍ତ ପରୀକ୍ଷା ବାବଦକୁ ସରକାରୀ ଧାର୍ଯ୍ୟ ଦର ଠାରୁ ଅଧିକ ଟଂକା ନେଉଥିବା ଘଟଣାର ଟିକିନିଖି ତଦନ୍ତ କରାଯାଉଛି।ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ।ଜୟପୁର ରକ୍ତ ଭଣ୍ଡାରରେ ବ୍ୟାପକ ଅନିୟମିତା କରାଯାଇ ରୋଗୀଙ୍କୁ ଶୋଷଣ କରାଯାଉଥିବା ଖବର ନ୍ୟୁଜ୭ରେ ପ୍ରସାରଣ ପରେ ଏହି ଘଟଣାର ତଦନ୍ତ କରିବାକୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାର ଜୟପୁର ଡାକ୍ତରଖାନାର ଅଧିକ୍ଷକଙ୍କୁ ନିର୍ଦେଶ ଦେଇଛନ୍ତି।
ବାଇଟ-ଡାକ୍ତର ଦଧିବାମନ ତ୍ରିପାଠୀ,ଅଧିକ୍ଷକ,ଜୟପୁର ଡାକ୍ତରଖାନା
()ଭିଓ୨- ସେପଟେ ଏହି ଘଟଣାକୁ ନେଇ ରକ୍ତ ଭଣ୍ଡାର କତ୍ତୃପକ୍ଷଙ୍କ ବିରୋଧରେ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।ରକ୍ତ ଭଣ୍ଡାରରେ ଚାଲିଥିବା ଅନିୟମିତାର ପରଦା ଫାସ ନ୍ୟୁଜ୭ କରିଥିବାରୁ ନ୍ୟୁଜ୭କୁ ଧନ୍ୟବାଦ ଦେବା ସହ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବୀ କରିଛନ୍ତି।ରକ୍ତ ଭଣ୍ଡାରର ଏପରି ଅନିୟମିତତା ଯୋଗୁଁ ସ୍ବେଛାକୃତ ରକ୍ତ ଦାତା ରକ୍ତ ଦେବାକୁ ପଛଘୁଂଚା ଦେବେ, ଫଳରେ ରକ୍ତ ଭଣ୍ଡାରରେ ରକ୍ତ ସଂକଟ ଦେଖା ଦେଇ ପାରେ ବୋଲି ଆଂଶଙ୍କା ପ୍ରକାଶ କରିଛନ୍ତି ଅନେକ ବୁଦ୍ଧିଜିବୀ। ତେଣୁ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନ ପାଇଁ ଚେତାବନୀ ବି ଦେଇଛନ୍ତି ସହରବାସୀ।