ଜୟପୁର ରକ୍ତ ଭଣ୍ଡାରରେ ବ୍ୟାପକ ଅନିୟମିତତା ; କେବେ ହେବ କାର୍ଯ୍ୟାନୁଷ୍ଠାନ ?

Published By : Prameya-News7 Bureau | June 22, 2018 IST

ଜୟପୁର ରକ୍ତ ଭଣ୍ଡାରରେ ବ୍ୟାପକ ଅନିୟମିତତା ଖବର ନ୍ୟୁଜ୭ରେ ପ୍ରସାରଣ ପରେ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ଜୟପୁର ଡାକ୍ତରଖାନା ଅଧିକ୍ଷକଙ୍କୁ ନିର୍ଦେଶ ଦେଇଥିଲେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ।ହେଲେ ଦଦନ୍ତ ରିପୋର୍ଟରେ ସ୍ଫଷ୍ଟତା ନଥିବାରୁ ଏହାକୁ ଗ୍ରହଣ ନକରି ପୁଣି ଥରେ ସାନି ତଦନ୍ତ ରିପୋର୍ଟ ଦେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନିର୍ଦେଶ ଦେଇଥିଲେ ।ହେଲେ ଜୟପୁର ଡାକ୍ତରଖାନା ଅଧିକ୍ଷକ ଦିନ ଗଡାଉଛନ୍ତି ସିନା ସାନି ତଦନ୍ତ ରିପୋର୍ଟ ଦାଖଲ କରୁ ନାହାଁନ୍ତି।ନିଜ କର୍ମଚାରୀଙ୍କୁ ସୁହାଇଲା ଭଳି ପୂର୍ବରୁ ରିପୋର୍ଟ ଦେଇଥିବା ବେଳେ ଏବେ ସେମାନଙ୍କୁ ବଂଚାଇବାକୁ ଅଧିକ୍ଷକ ଚେଷ୍ଠା କରୁଥିବା ଅଭିଯୋଗ ହେଉଛି। ଜୟପୁର ରକ୍ତ ଭଣ୍ଡାର ଅନିୟମିତତା ଘଟଣାରେ କେବେ ହେବ କାର୍ଯ୍ୟାନୁଷ୍ଠାନ।କାର୍ଯ୍ୟାନୁଷ୍ଠାନ ହେବ ନା ଖସିଯିବେ ଦୋଷୀ ।ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ସନ୍ଦେହ ଦେଖା ଦେଇଛି।କାରଣ ତଦନ୍ତ ଦାୟୀତ୍ବରେ ଥିବା ଜୟପୁର ଡାକ୍ତରଖାନା ଅଧିକ୍ଷକ ଦିନ ଗଡାଉଛନ୍ତି ସିନା ସାନି ତଦନ୍ତ ରିପୋର୍ଟ ଦାଖଲ କରୁ ନାହାଁନ୍ତି।ଜୟପୁର ଡାକ୍ତରଖାନା ପରିସରରେ ଥିବା ରକ୍ତ ଭଣ୍ଡାରରେ ସରକାରୀ ଧାର୍ଯ୍ୟ ଦରଠାରୁ ଅଧିକ ଟଂକା ନେବା,ଟଂକା ନେଇ ରୋଗୀଙ୍କୁ ରସିଦ ନ ଦେବା,ପ୍ରତି ୟୁନିଟ ରକ୍ତ ପିଛା ମିଠା ପ୍ୟାକେଟ ଦାବୀ କରିବା ଓ ସିକଲ୍ ସିଲ୍ ରୋଗୀଙ୍କୁ ମାଗଣାରେ ରକ୍ତ ଯୋଗାଇ ଦେବାର ନିୟମ ଥିଲେ ବି ସେମାନଙ୍କଠାରୁ ଟଂକା ଆଦାୟ କରିବା ଭଳି ରକ୍ତ ଭଣ୍ଡାରର ଅନିୟମିତତା ଖବର ନ୍ୟୁଜ୭ରେ ପ୍ରସାରଣ ହୋଇଥିଲା।ଏହା ପରେ ଏହାର ତଦନ୍ତ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜୟପୁର ଡାକ୍ତରଖାନା ଅଧିକ୍ଷକଙ୍କୁ ନିର୍ଦେଶ ଦେଇଥିଲେ।ଅଧିକ୍ଷକ ଦେଇଥିବା ପ୍ରଥମ ରିପୋର୍ଟରେ ସ୍ପଷ୍ଠତା ନଥିବାରୁ ଏହାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଗ୍ରହଣ ନକରି ସାନି ତଦନ୍ତ ରିପୋର୍ଟ ଦାଖଲ କରିବାକୁ କହିଥିଲେ।ହେଲେ ଏହି ନିର୍ଦେଶକୁ ୨୦ ଦିନରୁ ଅଧିକ ସମୟ ବିତି ଯାଇଥିଲେ ବି ଅଧିକ୍ଷକ ଆଜି କାଲି କହି ଦିନ ଗଡାଉଛନ୍ତି ସିନା ତଦନ୍ତ ରିପୋର୍ଟ ଦାଖଲ କରୁ ନାହାଁନ୍ତି। ଅଧିକ୍ଷକ ରିପୋର୍ଟ ଦାଖଲ କରିବାରେ ବିଳମ୍ବ କରୁଥିବାରୁ ଏହାକୁ ନେଇ ବୁଦ୍ଧିଜିବୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।ଜାଣିଶୁଣି ନିଜ କର୍ମଚାରୀଙ୍କୁ ସୁହାଇଲା ଭଳି ପୂର୍ବରୁ ରିପୋର୍ଟ ପ୍ରସ୍ତୁତ କରିଥିବା ବେଳେ ଏବେ ସେମାନଙ୍କୁ ବଂଚାଇବାକୁ ଅଧିକ୍ଷକ ଚେଷ୍ଠା କରୁଥିବା ଅଭିଯୋଗ ହେଉଛି।ତେଣୁ ପାତର ଅନ୍ତର ନକରି ରୋଗୀଙ୍କ ବୃହତ୍ତର ସ୍ବାର୍ଥକୁ ଆଖି ଆଗରେ ରଖି ଅଧିକ୍ଷକ ତୁରନ୍ତ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଦାବୀ ହେଉଛି।ଦୋଷୀ କର୍ମଚାରୀ ଦଣ୍ଡ ପାଇଲେ ହିଁ ରକ୍ତ ଭଣ୍ଡାରରେ ସ୍ବଛତା ଆସି ପାରିବ ଓ ରୋଗୀ ଏଥିରୁ ଉପକୃତ ହୋଇ ପାରିବେ ବୋଲି କହିଛନ୍ତି ସ୍ଥାନୀୟ ଅଂଚଳରେ ବୁଦ୍ଧିଜିବୀ।ଏହା ସହ ଦୋଷୀ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠା ଦାବୀ କରିଛନ୍ତି ସେମାନେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.