ମା ଧାମରାଇଙ୍କ ମନ୍ଦିରରେ ବିଳମ୍ବିତ ରାତିରେ ଚୋରି : ଲକ୍ଷାଧିକ ଟଙ୍କା ଓ ସୁନା ରୂପା ଅଳଙ୍କାର ଲୁଟ୍

Published By : Prameya-News7 Bureau | December 30, 2019 IST

ଭଦ୍ରକ ୩୦/୧୨: ଧାମରାରେ ଆରାଧ୍ୟା ଦେବୀ ମା ଧାମରାଇଙ୍କ ପୀଠରେ ମା’ଙ୍କ ମନ୍ଦିରରୁ କାଲି ବିଳମ୍ବିତ ରାତ୍ରୀରେ  ହୁଣ୍ଡି ବାକ୍ସକୁ ଭାଙ୍ଗି  ଲକ୍ଷାଧିକ ଟଙ୍କା ଓ ସୁନା ରୂପା ଅଳଙ୍କାର ଲୁଟିନେଇଛନ୍ତି ଲୁଟେରା l ମା’ଙ୍କ ପୀଠରେ  ୧୫ଦିନ ପରେ ଆରମ୍ଭ ହେବ ମକର ଯାତ୍ରା । ଏଥିନେଇ ହୁଣ୍ଡୀ ବାକ୍ସ ବର୍ଷେ ହେବ ଖୋଲାଯାଇ ନ ଥିଲା।

{"id":204452,"width":583,"height":424,"sizeSlug":"large"}

ସକାଳୁ  ପୂଜକଙ୍କଠାରୁ ଚୋରୀ ସମ୍ପର୍କରେ ମନ୍ଦିର ପ୍ରଶାସନ ଖବର ପାଇ ନିକଟସ୍ଥ ଥାନାରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି l ତେବେ ମା ଧାମରାଇଙ୍କ ମନ୍ଦିରରୁ ମେରାଇନ ଥାନା  ମାତ୍ର ୧୦୦ ମିଟର ଦୂରତାରେ ଥିବାବେଳେ କେମିତି ଲୁଟେରାମାନେ ମନ୍ଦିର ଲୁଟିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.